Breaking News

ନୟାଗଡ଼ ବସ ଷ୍ଟାଣ୍ଡ ଏବଂ ଓଡ଼ଗାଁ ବ୍ଲକ ନିକଟରେ ଥିବା ଇନଡୋର ଷ୍ଟାଡିୟମ ପରିସରରେ ବିଧାୟକଙ୍କର ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।


ଓଡଗାଁ---- ନୟାଗଡ଼କୁ ଓଡ଼ିଶାରେ ନମ୍ବରଵାନ ଜିଲା କରିବା ପାଇଁ  ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ଆଜି ଜନଶୁଣାଣି ଶିବିର କରିଥିଲେ । ସିଧାସଳଖ ଜନସାଧାରଣଙ୍କ ନିକଟରେ ପହଞ୍ଚି ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଛନ୍ତି। ଲୋକଙ୍କର ସମସ୍ୟା ପଚାରି ବୁଝିବା ସହିତ ସମାଧାନ କରିବା ପାଇଁ ଚେଷ୍ଟା କରିଛନ୍ତି । ପଥମେ ନୟାଗଡ଼ ବସଷ୍ଟାଣ୍ଡ ଓ ଓଡଗାଁ ବ୍ଳକ ନିକଟରେ ଥିବା ଇନଡୋର ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ଜନଶୁଣାଣି ଶିବିର କରିଛନ୍ତି । ସରକାରୀ ବାସଭବନରେ ଅୟସ କରି ନୁହେଁ , ନିର୍ବାଚନ ମଣ୍ଡଳୀ ଲୋକଙ୍କ ସୁବିଧା ଅସୁବିଧାରେ ସାମିଲ ହେବା ନେଇ ମୁଖ୍ୟମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ । ମନ୍ତ୍ରୀ ଭାବେ ସୌଖିନ ଜୀବନ ଯାପନ ନକରି ଲୋକଙ୍କ ସୁଖ ଦୁଃଖରେ ସାମିଲ ହୋଇଛନ୍ତି ସେ । ବିଧାୟକଙ୍କ ଏହି ନିଆରା ଅନ୍ଦାଜ ଆଜି ପୁଣିଥରେ ନିର୍ବାଚନମଣ୍ଡଳୀ ଲୋକଙ୍କ ମନରେ ଆଶା ଓ ଉତ୍ସାହ ଭରି ଦେଇଥିବା ବେଳେ ଅନ୍ୟ ନେତାଙ୍କ ପାଇଁ ଉଦାହରଣ ମଧ୍ୟ ସୃଷ୍ଟି କରିଛି ।ପୂର୍ବଥର ଭଳି ଆଜି ସକାଳୁ ସକାଳୁ ହଠାତ ମନ୍ତ୍ରୀ ଡଃ ଅରୁଣ ସାହୁଙ୍କ ଗାଡି ନୟାଗଡ଼ ବସଷ୍ଟାଣ୍ଡରେ ଲାଗିଥିଲା । କୌଣସି କାର୍ଯ୍ୟାଳୟ ନୁହେଁ , ବରଂ ବସଷ୍ଟାଣ୍ଡରେ ଜନଶୁଣାଣି ଆରମ୍ଭ ହୋଇଥିଲା । ନିଜ ପ୍ରିୟ ନେତାଙ୍କୁ ଦେଖି ଲୋକଙ୍କ ସୁଅ ମଧ୍ୟ ଛୁଟିବାକୁ ଲାଗିଥିଲା । ନିଜ ସୁବିଧା ଅସୁବିଧା ଲୋକେ ନେତାଙ୍କୁ ଜଣାଇଥିଲେ । ନିଜେ ମନ୍ତ୍ରୀ ମଧ୍ୟ ସମସ୍ୟା ସମ୍ପର୍କରେ ଅବଗତ ହେଲେ ଓ ଘଟଣାର ତ୍ୱରିତ ସମାଧାନ ପାଇଁ ଅଫିସର ମାନଙ୍କୁ ଫୋନ ଯୋଗେ କଥାବାର୍ତ୍ତା ହୋଇଛନ୍ତି। ଏହାକୁ ନେଇ ସରକାରି କର୍ମଚାରୀ ମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।
 ଓଡ଼ଗାଁ ରୁ ସୁଦୀପ୍ତ କୁମାର ଦଳେଇ

Blog Archive

Popular Posts