ଲଗାଣ ବର୍ଷାରେ ଶିଶୁଆ ପଞ୍ଚାୟତର ୬ଟି ଗ୍ରାମ ପାଣି ଘେରରେ
ଅସ୍ତରଙ୍ଗ---- ଅସ୍ତରଙ୍ଗ ବ୍ଳକର ଶିଶୁଆ ଗ୍ରାମ ପଞ୍ଚାୟତର ତଣ୍ଡାହର, ଉଦୟକଣି, ଛେନଉ ସହ ଛଅ ଖଣ୍ଡ ଗ୍ରାମ ଲଘୁଚାପ ଜନିତ ବର୍ଷାରେ ପାଣି ଘେରରେ ବୁଡି ରହିଛି । ବ୍ଳକ ପ୍ରଶାସନକୁ ଖବର କରାଯାଇଥିଲେ ମଧ୍ୟ ଏ ପଯ୍ୟନ୍ତ ବ୍ଳକ ପ୍ରଶାସନର ଦେଖା ନାହିଁ । ଲୋକ ମାନଙ୍କ କହିବା କଥା ପାଖରେ ଥିବା କେଳୁଣୀ ମୁହାଣରେ ପାଣି ନିଷ୍କାସନ ନ ହେବାରୁ ଶିଶୁଆ ଗ୍ରାମ ପଞ୍ଚାୟତର ଛଅ ଖଣ୍ଡ ଗ୍ରାମ ଏବେ ପାଣି ଘେରରେ ରହିଛି । ଲଗୁଚାପ ଜନିତ ବର୍ଷା ଆଜି ଠାରୁ ଚାରିଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ ବିଭାଗ ସୁତ୍ରରୁ ପ୍ରକାଶ । ଯଦି ବର୍ଷା ଲାଗି ରହିବ ତାହେଲେ ଉକ୍ତ ଗ୍ରାମ ଗୁଡିକର ଘରେ ପାଣି ପଶିବ ବୋଲି ଗ୍ରାମବାସୀ ମାନେ କହନ୍ତି । ଏବେ ଏହି ଗ୍ରାମ ଗୁଡିକକୁ ପାଣି ଘେରରୁ ରକ୍ଷା କରିବାକୁ ହେଲେ ଗୋଟିଏ ବାଟ କେଳୁଣୀ ନଦୀର ମୁହାଣ ଖନନ । ଗତବର୍ଷ ମୁହାଣ ଖନନ ପାଇଁ ଟଁଣ୍ଡାହାର ଓଉଆଦାୟକଣି ଗ୍ରାମ ବାସୀ ମାନେ ଗ୍ରାମ୍ୟ କୋଠରୁ ୧ଲକ୍ଷ ଟଙ୍କା ଖର୍ଚ୍ଚ କରି ନଦୀର ମୁହାଣ ଖନନ କରିଥିଲେ । ଆଜି ପର୍ଯ୍ୟନ୍ତ ଟଙ୍କାଟିଏ ବିଭାଗ ପକ୍ଷରୁ ମିଳିନାହିଁ ବୋଲି ଗ୍ରାମବାସୀ ମାନେ କହନ୍ତି । ଏବେ ନଦୀର ମୁହାଣ ଖନନ କରିବା ପାଇଁ ଜିଲ୍ଲାପାଳ ତୁରନ୍ତ ନଜର ଦେବାକୁ ଗ୍ରାମବାସୀ ମାନେ ନିବଦେନ କରିଛନ୍ତି ।
ଧୀରେନ୍ଦ୍ର ସେନାପତି