ଉନ୍ନତ ମାନର ଛତୁଆ ଯୋଗାଣ ଓ ସୁରକ୍ଷା ପାଇଁ ତାଲିମ ଶିବିର
ପିପିଲି--- ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟରେ ଥିବା ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର ଗୁଡିକକୁ ଛତୁଆ ଯୋଗାଇ ଆସୁଛନ୍ତି ବିଭିନ୍ନ ବ୍ଳକର ମହିଳା ମହାସଂଘ । ଭୁବନେଶ୍ୱର ପୋଖରୀଫୁଟ ଠାରେ ଥିବା ମିଶନଶକ୍ତି ଭବନ ଠାରେ ଛତୁଆ ଯେଗ।।ଣ , ମାନଗୁଣ ଓ ତାର ସୁରକ୍ଷା ନିମନ୍ତେ ଦୁଇଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘର ସଦସ୍ୟା ମାନେ ଯୋଗଦେଇଥିଲେ । ବିଶେଷ କରି ଛତୁଆ ପ୍ରସ୍ତୁତି ସମୟରେ ସମସ୍ତ ମାନଗୁଣ ଓ ସଠିକ ସମୟରେ ଛତୁଆ , ବାଦାମଲଡୁ, ଶୁଖିଲାଖାଦ୍ୟର ପ୍ରସ୍ତୁତି ତାରିଖ, ଓଜନ ସହିତ ସମସ୍ତ ତଥ୍ୟ ରହିବା ଦରକାର । କେନ୍ଦ୍ର ମାନଙ୍କରେ ସଠିତ କାରିଖରେ ଛତୁଆ ଯୋଗାଣ ସମୟରେ ଯନ୍ତ୍ର ନେବା ପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା ବୋଲି ମିଶନ ଶକ୍ତି ମହାସଂଘର ସମ୍ପାଦିକା ବାସନ୍ତୀ ସାହୁଙ୍କ ଠାରୁ ସୁଚନା ମିଳିଛି । ଅନ୍ୟ ମାନଙ୍କ ମଧ୍ୟରେ ସଭାନେତ୍ରୀ ବିଦ୍ୟୁଲତା ସ୍ୱାଇଁ, ସଦସ୍ୟା ଆଶାମଣି ସୁନ୍ଦରାୟ, ଭାରତୀ ଚମ୍ପତି ଓ କବିତା ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ ।
ପିପିଲିରୁ ବିଜୟ ମହାପାତ୍ର
ପିପିଲିରୁ ବିଜୟ ମହାପାତ୍ର