Breaking News

ଓଡଗାଁ ଜାତୀୟ ରାଜପଥ ଏବେ ମରଣଯନ୍ତ୍ରା ସାଜିଛି

 ଓଡଗାଁ----  ଭବନେଶ୍ୱର- ଓଡଗାଁ - ଭଞ୍ଜନଗର ଜାତୀୟ ରାଜପଥନଂ୨୧ ନୟାଗଡ ଜିଲ୍ଲାର ସବୁଠାରୁ ଜନଗହଳି ପୂର୍ଣ୍ଣ ରାସ୍ତା ଭାବେ ପରିଚିତ । ଏବେ ଓଡଗାଁ ସ୍ଥିତ ସରକାରୀ ବୈକ୍ଷୟିକ ବିଦ୍ୟାଳୟ ଠାରୁ କୋମଣ୍ଡ ବୈକ୍ଷୟିକ ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ଟି ଏବେ ମରଣଯନ୍ତ୍ରା ପାଲିଟିଛି । ପ୍ରତିଦିନ ଏହି ରାସ୍ତାରେ ଦୁର୍ଘଟଣା ମାନ ଘଟୁଛି । ଏହାର ମୁଖ୍ୟ କାରଣ ହୋଉଛି ରାସ୍ତା ଉପରେ ଗାଈ, ବଳଦ, ଷଣ୍ଢ, ଛେଳି  ଓ ମେଣ୍ଢା ନିଧଡକରେ ରାସ୍ତା ଉପରେ ବୁଲୁଛନ୍ତି । ବିଶେଷ କରି ସଂଧ୍ୟା ହେଲେ ପଲ ପଲ ଗାଈଗୋରୁ ରାସ୍ତା ମଝିରେ ଶୋଇ ରହୁଛନ୍ତି । ବିଶେଷ କରି ଯୁବକ ଯୁବତୀ ମାନେ ଗାଡି ଚାଳନା ସମୟରେ କେହି ଡିପର ଲାଇଟି ଦେଉନାହାନ୍ତି  । ଯାହାଦ୍ୱାରାକି ରାସ୍ତାରେ ଶୋଇଥିବା ଗୋରୁ ମାନଙ୍କ ଦେହରେ ଗାଡି ଧକ୍କା ହୋଇ ଲୋକମାନେ ଖଣ୍ଡିଆ ଖାବେରା ହୋଇ ଚିକିତ୍ସା ହୋଉଥିବାର ଜଣାପଡିଛି । ଓଡଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ହୋଇଥିଲେ ମଧ୍ୟ କତ୍ତୃପକ୍ଷଙ୍କର ଏଥିପ୍ରତି ନଜର ଦେଉନାହାନ୍ତି ବୋଲି ସ୍ଥାନୀୟ ଅଞ୍ଚଳ ବାସୀ କହନ୍ତି । ଅନ୍ୟପକ୍ଷେ ଦୁର୍ଘଟଣା ହେବା ମାତ୍ରେ ପ୍ରଥମେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଥାଏ  ।  ଗୋରୁ ମାନଙ୍କ ମାଲିକ ମାନଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଜନସାଧାରଣରେ ଦାବି ହୋଉଛି । ଓଡଗାଁ ଥାନା ଆଇଆଇସି ଜ୍ୟୋତି ପ୍ରକାଶ ପଣ୍ଡା ସଦଳବଳେ ରାତ୍ରରେ ପ୍ରେଟୋଲିଂ କରିବା ସମୟରେ ରାସ୍ତାକୁ ଅବରୋଧ କରି ଶୋଇଥିବା ଗୋରୁ ଗାଈ ମାନଙ୍କୁ ଅନେକ ଥର ଗଉଡାଇଛନ୍ତି ।  ମାତ୍ର କିଛି  ସୁଫଳ ମିଳିନାହିଁ  । ଗତ ଶନିବାର ରାତିରେ ଆମ ସାକ୍ଷୀଗୋପାଳ ନିଉଜର ଖବରଦାତା ସୁଦୀପ୍ତ କୁମାର ଦଳେଇ ଏହି ରାସ୍ତାର ସ୍ଥିତି ସମୀକ୍ଷା କରିବା ସହ କିଛି ଫଟୋଉତ୍ତୋଳନ କରିଥିଲେ  । ଦେଖାଯାଉ ଏହି ଖବର ପ୍ରକାଶିତ ହେବା ପରେ ଯଦି ଶୋଇଥିବା ବିଜ୍ଞାପିତ ଅଧିକାରୀ ଚେଇଁ ଉଟିିବେ ତାହା ହେଲେ କିଛି ଧନ ଜୀବନ ରକ୍ଷା ହୋଇପାରିବ ବୋଲି ଆମେ ଆଶା କରୁଛୁ  ।
ଓଡଗାଁରୁ ସୁଦୀପ୍ତ କୁମାର ଦଳେଇ

Blog Archive

Popular Posts