ବିଶ୍ୱେଶ୍ୱର ବାବା ସରଣ୍ଡା ଠାରେ ଶ୍ରାବଣୀ ଉତ୍ସବ ପାଳିତ ହୋଇ ଯାଇଛି
ବରଗଡ଼---- ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ସରଣ୍ଡା ଠାରେ ବିଶ୍ୱେଶ୍ୱର ବାବା ମନ୍ଦିର ରେ ଶ୍ରାବଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ମୁମ୍ବାଇ-କଲିକତା,ସମ୍ବଲପୁର-ବରଗଡ଼ ଚାରିଥାକିଆ ୫୩ନଂ ଜାତୀୟ ରାଜପଥ କଡରେ ଏହି ବିଶ୍ୱେଶ୍ୱର ବାବା ଶମ୍ଭୁ ମନ୍ଦିର ଅବସ୍ଥିତ। ବିଶ୍ୱେଶ୍ୱର ବାବା ଅଷ୍ଟଶମ୍ଭୁ ମଧ୍ୟରେ ତୃତୀୟ ସ୍ଥାନ ଅଧିକାର କରିଥିବା ଜଣାପଡିଛି । ଅଷ୍ଟଶମ୍ଭୁ ହୁମା ଶ୍ରୀଶ୍ରୀ ବିମଲେଶ୍ୱର ବାବା(ଵକ୍ର ମନ୍ଦିର),ମାନେଶ୍ୱର ଶ୍ରୀଶ୍ରୀ ମାନଧାତା ବାବା,ସରଣ୍ଡା ଶ୍ରୀଶ୍ରୀ ବିଶ୍ୱେଶ୍ୱର ବାବା,ସୋର୍ଣ୍ଣା ଶ୍ରୀଶ୍ରୀ ସପ୍ନେଶ୍ୱର ବାବା,ଗାଇସୀମା ଶ୍ରୀଶ୍ରୀ ବରାଡ଼ବାଲୁଙ୍କେଶ୍ୱର ବାବା,ଦେଓଗାଁ ଶ୍ରୀଶ୍ରୀ ବୈଦ୍ୟନାଥ ବାବା,ନିଲଜି ଶ୍ରୀଶ୍ରୀ ନିଲାକଣ୍ଠେଶ୍ୱର ବାବା,ଅମ୍ବାଭୋନା କେଦାରନାଥ ବାବା ନାମରେ ନାମିତ ହୋଇଅଛି।ପ୍ରଥମେ ହୁମା ଵକ୍ର ମନ୍ଦିର ସମ୍ବଲପୁର ରାଜା ବଳିଆର ସିଂହଙ୍କ ଦ୍ୱାରା ୧୬୧୭ରୁ୧୬୫୭ ଖ୍ରୀ.ଅ.ରେ ନିର୍ମିତ ହୋଇଥିବାବେଳେ ବାକି ୭ଟି ଶମ୍ଭୁମନ୍ଦିର ୧୬୯୫ରୁ୧୭୬୬ଖ୍ରୀ.ଅ. ମଧ୍ୟରେ ରାଜାଙ୍କ ଦେୱାନ ଶ୍ରୀ ଦକ୍ଷିଣ ରାୟଙ୍କ ଦ୍ୱାରା ନିର୍ମିତ ହୋଇଥିବାର ଶ୍ରୀ ଶିବ ପ୍ରସାଦଙ୍କ ଦ୍ୱାରା ରଚିତ ସମ୍ବଲପୁର ଇତିହାସ୧୯୬୨ମସିହା ସଂସ୍କରଣ ୨୭୨ ପୃଷ୍ଠାରେ ଉଲ୍ଲେଖ ରହିଛି ।ଏହି ବିଶ୍ୱେଶ୍ୱର ଶମ୍ଭୁ ମନ୍ଦିରରେ ରାଜା ରାଜୁତି ଅମଳରୁ ମହାପାତ୍ର ବଂଶଧର ମାନେ ପୂଜାକରି ଆସୁଛନ୍ତି । ପ୍ରତିଦିନ ଶହ ଶହ ଭକ୍ତ ମାନଙ୍କର ଭିଡ ଜମିଥାଏ। ପୂଜା ପାର୍ବଣ ପାଇଁ ମନ୍ଦିର କମିଟି ଓ ଶ୍ରଦ୍ଧାଳୁ ଭକ୍ତ ଜଯମାନଙ୍କ ମିଳିତ ପ୍ରୟାସରେ ମନ୍ଦିରର ଉନ୍ନତି ତଥା ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯାଉଥିବାର ସୂଚନା ମିଳେ। ବହୁ ପୁରାତନ ଶମ୍ଭୁପୀଠ ଭାବରେ ଜାତୀୟରାଜପଥ କଡରେ ଅବସ୍ଥିିତ । ଆଶିର୍ବାଦ ଓ କୃପାଲାଭ ନିମନ୍ତେ ବହୁ ନେତାମନ୍ତ୍ରୀ ଓ ଜନପ୍ରତିନିଧି ଏହି ମନ୍ଦିରକୁ ଅସିଥାନ୍ତି । ହେଲେ ବଡ଼ ଦୁଃଖ ର କଥା ଆଜି ପର୍ଯ୍ୟନ୍ତ ସରକାରୀ ଅନୁଦାନ ଟଙ୍କାଟିଏ ମିଳିନାହିଁ । ଏବେ ଶ୍ରାବଣ ମାସ ଶମ୍ଭୁପୀଠରେ ହଜାର ହଜାର ଭକ୍ତ ମାନଙ୍କର ଭିଡ ରହୁଥିବାବେଳେ ବହୁ ଦୂରଦୂରାନ୍ତରୁ ବୋଲବମର କାଉଡ଼ି ଓ ଜଳ ପୂର୍ଣ୍ଣ କଳସ ଧରି ଏଠାକୁ ଆସି ପୂଜାର୍ଚ୍ଚନା କରି ବାବା ବିଶ୍ୱେଶ୍ୱରଙ୍କ ଦର୍ଶନ ସହ କୃପାଲାଭ କରିଥାନ୍ତି। ବଂଶାନୁକ୍ରମରେ ଭକ୍ତ ମାନଙ୍କର ସୁବିଧାସୁଯୋଗ ପାଇଁ ବିଜ୍ଞ ପଣ୍ଡିତ ନିରଞ୍ଜନ ପାଣିଗ୍ରାହୀ,ସରୋଜ ଦେବତା ଓ ତାଙ୍କ ସାଥି ମାନଙ୍କ ଦ୍ୱାରା ବେଦ ପଠନ ପୂର୍ବକ ଶ୍ରାବଣୀ ମହୋତ୍ସବ ଅନୁଷ୍ଠିତ ହେଉଛି।ଏହି ମହୋତ୍ସବ ଗତ୧୭.୦୭.୧୯ ରୁ ଆରମ୍ଭ ହୋଇ ଆଗାମୀ ୧୫.୦୮.୧୯ ପୂର୍ଣ୍ଣମୀ ଦିନ ପୂର୍ଣ୍ଣାହୁତି ହେବ।ଏହି ଅବସରରେ ପ୍ରତ୍ୟହ ରୁଦ୍ରାଭିଷେକ, ମହାମୃତ୍ୟୁଞ୍ଜୟ ଜପ ହେଉଥିବାବେଳେ ଜଳଶାୟୀ ମଧ୍ୟ କରାଯାଉଛି। ବିଶ୍ୱେଶ୍ୱର ବାବାଙ୍କ ପାର୍ଶ୍ଵ ଦେବଦେବୀ ଗଣେଶ,ଗରୁଡ଼,ବୃଷଭ,ସୂର୍ଯ୍ୟ,ବୃନ୍ଦାବତି,କାର୍ତ୍ତିକ, ଭୈରବ, ହନୁମାନ ଓ ମାତା ପାର୍ବତୀ ବିରାଜମାନ ରହି ପୂଜା ପାଉଛନ୍ତି।ଏହି ଶମ୍ଭୁପୀଠରେ ସକାଳେ ସନ୍ଧ୍ୟାରେ ଦିଓଲି ଅନ୍ନଭୋଗ ଲାଗି ଥାଏ।ସେହିପରି ବିଶ୍ୱେଶ୍ୱର ବାବାଙ୍କ ବାମ ପାର୍ଶ୍ୱରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ପୀଠ ମନ୍ଦିର ତଥା ଭକ୍ତ ମାନଙ୍କ ସହଯୋଗରେ ଦୀର୍ଘ ତିନି ବର୍ଷ ହେବ ଅର୍ଧନିର୍ମିତ ହୋଇ ପଡିରହିଛି।
ବରଗଡ଼ରୁ ଜିଲ୍ଲାପ୍ରତିନିଧି ନବୀନ ଦାଶଙ୍କ ରିପୋର୍ଟ