Breaking News

ଗ୍ରାମେ ଗ୍ରାମେ ଚିତଉପିଠା


ସାକ୍ଷୀଗୋପାଳ---- ସତ୍ୟବାଦୀର ଗ୍ରାମଞ୍ଚଳରେ ବୁଧବାର ଚିତଉ ଅମାବାସ୍ୟା ପର୍ବ ପାଳିତ ହୋଇଯାଇଛି । ଏହି ଅବସରରେ ଘରେ ଘରେ ଚିତଉପିଠା ପ୍ରସ୍ତୁତି କରାଯାଇ କୁଳ ଦେବତାଙ୍କୁ ପୂଜା କରାଯାଇଥିଲା  । ସୁଚନାଯୋଗ୍ୟ ଯେ ଏହି ପିଠା ବର୍ଷକୁ ଥରେ ଟିଏ କରାଯାଇଥାଏ  । ମାଟିର ପଲମ ଓ ମାଟିର ଗୋଡଣୀ ଦ୍ୱାରା ଏହି ପିଠା ପ୍ରସ୍ତୁତି କରାଯାଇଥାଏ  । ପିଠା ପାଇଁ ଅରୁଆ ଚାଉଳ , ବିରି ଓ ନଡିଆ ଏକତ୍ର ବଟାଯାଇ ପିଠଉ ପ୍ରସ୍ତୁତି କରାଯାଇଥାଏ  । ଏହି ପିଠଉରେ  ପିଠା କରାଯାଇଥାଏ  । କ୍ଷୀର ଓ ନଡିଆରସ ସହିତ ପିଠା ଖାଇବାର ସ୍ୱାଦ ଭିନ୍ନଅଟେ  ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts