ବରଗଡ଼---- ବରଗଡ଼ ଓ ସମ୍ବଲପୁର ଜିଲ୍ଲାର ସିମାରେ ଜନତା ନିଉ ସରକାରୀ ହାଇସ୍କୁଲ ଅବସ୍ଥିତ । ୧୯୭୧ ମସିହାରେ ବିଦ୍ୟାଳୟ ଟି ସ୍ଥାପିତ । କାଳଦି କ୍ରମେ ରାଜପଥ ସମ୍ପ୍ରସାରଣ ହେବା ଓ ଦୁଇଟି ଜିଲ୍ଲାର ସିମା ହୋଇଥିବାରୁ ଏବେ ବିଦ୍ୟାଳୟ ଆଗରେ ଖୋଲିଛି ମଦ ଓସଟ୍ଟାର ଆସର । ଏ ସମ୍ପର୍କରେ ୨୦୧୫ରୁ ଅଭିଯୋଗ କରିଆସୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ କରାଯାଉ ନାହିଁ ବୋଲି ଲୋକମାନେ ଅଭିଯୋଗ କରିଛନ୍ତି । ଗୋଟେ ପଟେ ବରଗଡ଼ ଶିକ୍ଷା ଅଧିକାରୀ ରହିଥିବାବେଳେ ଆଉ ଗୋଟିଏ ପଟେ ବୁର୍ଲା ଥାନା ପ୍ରଶାସନ ରହିଛି। ଅନ୍ୟ ପକ୍ଷେ ବୁର୍ଲା ଥାନା ଅନ୍ତର୍ଗତ ଗୋଶାଳା ଫାଣ୍ଡି କୁ ମଧ୍ୟ ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କରାଯାଇଥିଲା। ହେଲେ ଆଜି ଯାଏ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗହଣ କରି ନଥିବାର ଅଭିଯୋଗ କରିଛନ୍ତି ଗୋଡ଼ଭଗା ଗ୍ରାମବାସୀ। ସରକାରୀ ନିୟମ ଅନୁଯାୟୀ ରାଜରାସ୍ତା,ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯଳୟ ଠାରୁ ୫୦୦ ମିଟର ଦୂରରେ ମଦ ବିକ୍ରି ନିଷିଦ୍ଧ ଥିବାବେଳେ ଅତାବିରା ଅଂଚଳରେ ଦିନକୁ ଦିନ ବେନିୟମ ମଦ ବେପାର କରି ବେପାରୀ ମାନେ ମାଲାମାଲ ହେଉଥିବା ବେଳେ ନିଶାଡୀ ମାନଙ୍କର ପ୍ରାଦୁର୍ଭାବ ବଢିଚାଲିଛି। ଯାହାକି ଏବେ ଦେଖିବାଲୁ ମିଳିଛି ଅତାବିରା ବ୍ଲକ ଗୋଡ଼ଭଗା ପଞ୍ଚାୟତ ଏରିଆ ତଥା ବରଗଡ଼ ଶିକ୍ଷାଧିକାରୀଙ୍କ ଅଧୀନ ଓ ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଗୋଶାଳା ଫାଣ୍ଡି ଅଞ୍ଚଳର ଜନତା ନିଉ ସରକାରୀ ହାଇସ୍କୁଲ ଆଗରେ । ସ୍କୁଲ କଲେଜ ସାମ୍ନାରେ କାହା ଛତ୍ର ଛାୟା ତଳେ ଏହି ମଦ ଓ ସଟ୍ଟା ଆଡ୍ଡା ଚାଲିଛି । ଛାତ୍ରୀ ମାନଙ୍କୁ ନିଶାଗ୍ରସ୍ତ ଯୁବକମାନେ ଅଶ୍ଲିଳ ଇଙ୍ଗିତ କରୁଥିବାରୁ ଲୋକମାନେ ଅଭିଯୋଗ କରିଛନ୍ତି । ଏତେ ଅଭିଯୋଗ ସତ୍ତ୍ୱେ ଜିଲ୍ଲା ପ୍ରଶାସନ କିପରି ମଦ ବିକ୍ରି କରିବାକୁ ଅନୁମତି ଦେଉଛି ତାହା ଏବେ ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାକୁ ନେଇ ସ୍ଥାନୀୟ ଯୁବକ, ଅବିଭାବକ ଓ ସ୍ଥାନୀୟ ସରପଞ୍ଚ , ସମିତିସଭ୍ଯା ଓ ଅନ୍ୟ ମାନେ ପୋଲିସ ପାଖରେ

ଅଭିଯୋଗ କରିଛନ୍ତି। ପୋଲିସ ସ୍କୁଲ ଆଗରେ ତଥା ରାସ୍ତା ଅବରୋଧ କରିଥିବା ବ୍ୟବସାୟୀ ମାନଙ୍କୁ ହଟିଥିଲା ପାଇଁ କହିଥିଲେ । ଦେଖିବାକୁ ବାକି ରହିଲା କେଉଁଦିନ ଏମାନଙ୍କୁ ପୋଲିସ ହଟାଉଛି । ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ