ରାବରା ଗ୍ରାମରେ ସବୁଜ ବିପ୍ଳବ
ଓଡଗାଁ--- ନୟାଗଡ ଜିଲ୍ଲାର ଓଡଗାଁ ବ୍ଳକ ଅନ୍ତର୍ଗତ ରାବରା ଗ୍ରାମରେ ସଂସ୍କାର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସବୁଜ ବିପ୍ଳବ ଅଭିଯାନ କାର୍ଯ୍ୟକ୍ରମ ଉଦ୍ଘାଟନ ହୋଇଯାଇଛି । ଏହି ଅବସରରେ ବୃକ୍ଷ ବନ୍ଧୁ ନାମରେ ଦଳ ଗଠନ କରାଯାଇ ଗ୍ରାମରେ ଥିବା ଖାଲି ଯାଗାରେ ବୃକ୍ଷ ରୋପଣ କରାଯାଇଥିଲା । ଅନୁଷ୍ଠିତ ସଭାରେ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଯୋଗଦେଇ ବୃକ୍ଷର ସଂରକ୍ଷଣ ଓ ଏହାର ଦାୟତ୍ୱ ନେବା ସମ୍ପର୍କେ ସଚେତନତା ସୃଷ୍ଟି କରିଥିଲେ । ଆଗାମୀ ଦିନରେ ଗ୍ରାମରେ ସବୁଜ ବଳୟ ସୃଷ୍ଟି କରିବା ପାଇଁ ଯୁବକ ଯୁବତୀ ମାନେ ସାମିଲ ହେବାକୁ ନିବେଦନ କରାଯାଇଥିଲା ।
ଓଡଗାାଁରୁ ସୁଦୀପ୍ତ କୁମାର ଦଳେଇ
ଓଡଗାାଁରୁ ସୁଦୀପ୍ତ କୁମାର ଦଳେଇ