ବଳପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା
ସାକ୍ଷୀଗୋପାଳ ------ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କପିଳେଶ୍ୱର ସାହୁଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ସମାଜର ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ଗଠନରେ ଶିକ୍ଷକ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଥିଲେ । ଜଗନ୍ନାଥଙ୍କ ଫଟୋ ଚିତ୍ରରେ ଅତିଥିମାନେ ମାଲ୍ୟାର୍ପଣ, ଧୂପ, ଦୀପ ପ୍ରଜ୍ୱଳନ କରିଥିଲେ । ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ କର୍ମଚାରୀ ସମନ୍ୱୟ ସମିତିର ସମ୍ପାଦକ ବିଶ୍ୱନାଥ ବେହେରା ଯୋଗଦେଇ ଶିକ୍ଷକ ଓ ଛାତ୍ର ଛାତ୍ରୀ ଗୋଟିଏ ମୁଦ୍ରାର ଉଭୟପାଶ୍ୱର୍ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରମେଶ ଚନ୍ଦ୍ର ବଳିଆରସିଂ, କୈଳାଶ ଚନ୍ଦ୍ର ସାହୁ, ଗୋପାଳ ଚନ୍ଦ୍ର ପଣ୍ଡା, ନିରଞ୍ଜନ ମହାପାତ୍ର, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ପ୍ରମୁଖ ଉପସ୍ଥିତ ରହିଥିଲେ । ଶିକ୍ଷକ ଫକୀର ଚରଣ ବରାଳ,ଅମୂଲ୍ୟ ଶତପଥି ଶ୍ରୀ ସାହୁଙ୍କ କର୍ତ୍ତବ୍ୟନିଷ୍ଠା, ଛାତ୍ରଛାତ୍ରୀ ବତ୍ସଲତା ଓ ଭଲଗୁଣ ସମ୍ପର୍କରେ ଆଲୋକପାତ କରିଥିଲେ । ସଭାରେ ଅଧ୍ୟକ୍ଷତା କରିଥିଲେ ଆଲମୁନି ଆସୋସିଏସନର ସଭାପତି ପ୍ରଫୁଲ କୁମାର ମହାପାତ୍ର । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ , ଛାତ୍ର ଛାତ୍ରୀ , ଅଭିଭାବକ ଓ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ । ସଭାରେ ଶିକ୍ଷକ ବସନ୍ତ କୁମାର ମିଶ୍ର ସଭାରେ ସଂଯୋଜନା କରିଥିବା ବେଳେଶିକ୍ଷକ ପ୍ରହଲ୍ଲାଦ ଜେନା ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍ୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି