ସାକ୍ଷୀଗୋପାଳ ଡାକ୍ତରଖାନାର ପାଣିରେ ବୁଡି ରହିଛି ପତିତପାବନ ମଠ
ସାକ୍ଷୀଗୋପାଳ--- ପୁରୀ- ଭୁବନେଶ୍ୱର ୩୧୬ ନଂ ଜାତୀୟ ରାଜପଥ ଓ ସାକ୍ଷୀଗୋପାଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଲାଗି ରହିଛି କାଞ୍ଜିଆ ମଳେଣ ପଡିଆ ବା ପତିତପାବନ ମଠ । ଏହି ମଠ କାହିଁ କେଉଁ କାଳରୁ ରହି ଆସିଛି । ଏହି ମଠରେ ପତିତପାବନ ପୂଜାପାଇଥାନ୍ତି । ପ୍ରତିଦିନ ସକାଳେ ଓ ସଂଧ୍ୟାରେ ହରିନାମ ସଂକୀର୍ତ୍ତନ ଶୁଣିବାକୁ ମିଳିଥାଏ । ଏପରିକି ଏଠାରେ ଭାଗବତ ପାଠ ମଧ୍ୟ ସଂଧ୍ୟାରେ କରାଯାଇଥାଏ । ଏହି ମଠ ପରିସର ଏବେ ପାଣି ଘେରରେ ବୁଡିକି ରହୁଛି । ବର୍ଷା ହେଲେ ପାଖରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରର ନଳା ପାଣି ଏହି ମଠ ପରିସରକୁ ପଳାଇ ଆସିଥାଏ । ଯାହାକି ଦୁଗନ୍ଦମୟ ମଠ ପରିସର ହୋଇପଡିଥାଏ । ମଠ ମଧ୍ୟକୁ ଯିବା ପାଇଁ ଏବେବି ନଡିଆ ଗଡ ହୋଉଛି ସାହା ଭରଷା । ନଚେତ ସେହି ପୋଚା ଦୁଗନ୍ଦମୟ ପାଣି ମଧ୍ୟରେ ଯିବାକୁ ପଡିବ । ମଠର ବାବା ନବ କିଶୋର ଗୌଡ ଓ ପୂଜକ ପର୍ଶୁରାମ ପଣ୍ଡା କହନ୍ତି ବର୍ଷା ଚାରି ମାସ ପାଣି ନିଷ୍କାସନର ସୁବିଧା ନ ଥିବାରୁ ମଠ ଓ ପାଖରେ ଥିବା ଦଳିତ ବସ୍ତିର ପରିବାର ନାହିଁ ନ ଥିବା ଅସୁବିଧା ଭୋଗିବାକୁ ପଡିଥାଏ । ମଠକୁ ଭକ୍ତ ମାନେ ପ୍ରାୟତ ବର୍ଷର ଦିନରେ ଆସିନଥାନ୍ତି । ସେହିପରି ଜାତୀୟ ରାଜପଥ କରରେ ଥିବା ଏହି ମଠ ପରିସରରେ ସାକ୍ଷୀଗୋପାଳର ଏକ ମେଳଣ ଅନୁଷ୍ଠିତ ହୋଇଥାଏ । ଏହି ମେଳଣ ପାଖ କାଞ୍ଜିଆ ଗ୍ରାମ ବାସୀଙ୍କ ସହଯୋଗ ବା ସେମାନେ କରୁଥିବାରୁ ବୋଧେ ହୁଏ କାଞ୍ଜିଆ ମେଳଣ ଭାବରେ ବେଶ ଜଣାଶୁଣା । ଅନ୍ୟ ପକ୍ଷେ ରାଜ୍ୟ ସରକାର ମଠ, ଭାଗବତଟୁଙ୍ଗି ଗୁଡିକ ପୁନ ଉଦ୍ଦାର କରିବା ପାଇଁ ଅର୍ଥ ମଞ୍ଜୁର କରୁଥିବା ବେଳେ ଏହି ପୁରାତନ ମଠର ଉନ୍ନତି ପାଇଁ କିପରି ଜିଲ୍ଲା ପ୍ରଶାସନର ଜନର ପଡୁନାହିଁ ତାହା ଜଣାପଡୁନାହିଁ ବୋଲି ଜନସାଧାରଣରେ ଆଲେଚନା ହୋଉଥିବା ଜଣାପଡିଛି । ତୁରନ୍ତ ଏହି ମଠ ପରିସରରେ ଜମା ହୋଇ ରହୁଥିବା ଦୁଗନ୍ଦମୟ ପାଣିକୁ ନିଷ୍କାସନ କରିବା ସହ ମଠର ଉନ୍ନତି କରିବା ପାଇଁ ଜିଲ୍ଲାପାଳ ନଜର ଦେବାକୁ ଜନସାଧାରଣରେ ଦାବୀ ହେଉଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି