ବାଲିଅନ୍ତାରେ ଓଡିଶା ପ୍ରଶାସନିକ ସେବା ତାଲିମ ଶିବିର
ବାଲିଅନ୍ତା-- ବାଲିଅନ୍ତା ପଞ୍ଚାୟତ ସମିିତି ସଭାଗୃହ ପରିସରରେ ଓଡିଶା ପ୍ରଶାସନିକ ସେବା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ନବାଗତ ୪୦ ଜଣ ଓଏସ ତାଲିମଧାରୀ ଯୋଗଦେଇଥିଲେ । ଓଡିଶାର ସାମଗ୍ରିକ ପ୍ରଶାସନିକ ସେବା ବ୍ୟବସ୍ଥା ଉପରେ ତାଲିମ ଦିଆଯାଇଥିଲା । ବିଶେଷ କରି ଜମି କ୍ରୟବିକ୍ରୟ, ମ୍ୟୁଟେସନ, ଜମିର କିସମ ପରିବର୍ତ୍ତନ, ଜମିଜମା ବିବାଦ ଫଇସଲା, ଡିମାକେସନ ଓ ତହସିଲ କାର୍ଯ୍ୟାଳୟର ରେକର୍ଡପତ୍ର ପରିଚାଳନା ସମ୍ପର୍କେ ତାଲିମ ପ୍ରଦାନ କରାଯାଇଥିଲା । ପ୍ରଶିକ୍ଷଣ ଶିବିରରେ ଉପଜିଲ୍ଲାପାଳ ସୁଭେନ୍ଦୁ କୁମାର ସାହୁ, ବାଲିଅନ୍ତା ତହସିଲଦାର ରଶ୍ମିରେଖା ପ୍ରଧାନ, ଭୁବନେଶ୍ୱର ଅତିରିକ୍ତ ତହସିଲଦାର ଅହଶୁମାନ ରଥ, ରାଜସ୍ୱ ପରିଦର୍ଶକ ଦିଲ୍ଳୀପ କୁମାର ବିଶ୍ୱାଳ, ଅବସରପ୍ରାପ୍ତ ପ୍ରଶାସନ ବ୍ରଗ କିଶୋର ପଟ୍ଟନାୟକ, ଓ ଗୋପବନ୍ଧୁ ଏକାଜେମୀର ଯୁଗ୍ମକମିଶନର ପ୍ରଫୁଲ କୁମାର ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ ।
ବାଲିଅନ୍ତାରୁ ବସନ୍ତ କୁମାର ଦାସ,
ବାଲିଅନ୍ତାରୁ ବସନ୍ତ କୁମାର ଦାସ,