Breaking News

୪ ମୋବାଇଲି ଲୁଟେରା ଗିରଫ


ବାଲିଅନ୍ତା--  ଭୁବନେଶ୍ୱର ବିଭିନ୍ନ ଅଞ୍ଚଳରୁ ଦାମିକିଆ ମୋବାଇଲି ଫୋନ ଲୁଟେରା ଗ୍ୟାଙ୍ଗର ୪ଜଣ ସଦସ୍ୟଙ୍କୁ ବାଲିଅନ୍ତା ପୋଲିସ ଗିରଫ କରିବାରେ ସଫଳ ହୋଇଛି  । ସେମାନେ ହେଲେ ବାଲିଅନ୍ତା ଥାନା ଅନ୍ତର୍ଗତ କୋଥସାହିର ଚିଣ୍ଟୁ ଭୋଇ(୨୧), ମୁନା ବେହେରା(୨୩), ସାଗର ଭୋଇ ( ୨୨) ଓ ଅଣ୍ଡିଲୋ ଗ୍ରାମର ପ୍ରଳୟ କୁମାର ସାହୁ (୧୯)  । ସେମାନଙ୍କ ଠାରୁ ବିଭିନ୍ନ କମ୍ପାନୀର ୪ଟି ମୋବାଇଲି ଓ ୨ଟି ଗାଡି ବ୍ୟାଟେରୀ ପୋଲିସ ଜବତ କରିଥିବା ଜଣାପଡିଛି । ପୋଲିସ ଠାରୁ ପ୍ରକାଶଯେ ଚିଣ୍ଟୁ, ମୁନା ଓ ସାଗର ଏମାନେ ବାଲିଅନ୍ତା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରୁ ରାସ୍ତାରେ ଯାଉଥିବା ଲୋକ ମାନଙ୍କ ଠାରୁ ଫୋନ ଲୁଟ କରି ନେଉଥିଲେ  । ବିଶେଷ କରି ଏହି ଗ୍ୟାଙ୍ଗର ଲକ୍ଷ୍ୟ ମହିଳା କଲେଜ ଯୁବତୀ ମାନଙ୍କୁ ଏମାନେ ଟାର୍ଗେଟ କରିଥାଆନ୍ତି । ଲୁଟ କରିବା ପରେ ଫୋନ ଗୁଡିକକୁ ପ୍ରଳୟ ଙ୍କୁ ବିକ୍ରୟ କରିଥାନ୍ତି । ପରେ ପ୍ରଳୟ ଲୋକମାନଙ୍କୁ ଏହି ଚୋରା ମୋବାଇଲି ଗୁଡିକ ବିକ୍ରୟ କରିଥାଏ ବୋଲି ଜଣାପଡିଛି । ଏକ ଅଭିଯୋଗ କ୍ରମେ ବାଲିଅନ୍ତା ପୋଲିସ  ୧୮୨/୧୯ରେ କେସରୁଜ କରି ଏହି ତିନିଜଣ ମୋବାଇଲି ଲୁଟେରାଙ୍କ ଉପରେ ନଜର ରଖିବା ସହ ଥାନାକୁ ଆଣି ଜେରା କରିବା ପରେ ସମସ୍ତ ଘଟଣା ମାନିଯାଇଥିଲେ ବୋଲି ବାଲିଅନ୍ତ ଥାନା ଅଧିକାରୀଙ୍କ ଠାରୁ ପ୍ରକାଶ ।
 ବାଲିଅନ୍ତାରୁ  ଗୋବର୍ଦ୍ଧନ ଦାଶ

Popular Posts