ରେଳ ଷ୍ଟେସନରୁ ଶିଶୁ ଉଦ୍ଧାର
ବରଗଡ--- ବରଗଡ ରେଳ ଷ୍ଟେସନରୁ ଅସହାୟ ଅବସ୍ଥାରେ ବୁଲୁଥିବା ସମୟରେ ଆରପିଏଫ ପୋଲିସ ବାଳକଟିକୁ ଉଦ୍ଦାର କରିଥିଲେ । ମାତ୍ର ପିଲାଟି କଥା କହି ପାରୁନଥିବାରୁ ତାର ପରିଚୟ ମିଳି ପାରିନଥିଲା । ଏହି ଘଟଣା ତିନିଦିନ ହୋଇ ଯାଇଥିଲେ ମଧ୍ୟ ପିଲାଟି ତାର ନାମ, ଗ୍ରାମ କୌଣସି ସୁଚନା ପ୍ରଦାନ କରି ପାରୁନାହିଁ । ବାଳକଟିକୁ ସ୍ଥାନୀୟ ଶିଶୁ କଲ୍ୟାଣ ସମିତିରେ ରଖାଯାଇଛି । ତାର ପରିଚୟ ଜାଣିବା ପାଇଁ ସ୍ଥାନୀୟ ଶାରୀରିକ ଭିନ୍ନକ୍ଷମ ବିଦ୍ୟାଳୟକୁ ନିଆଯାଇଥିଲା । ମାତ୍ର ସେଠାରେ ବାଳକ ଜଣଙ୍କ ଠାରୁ କୌଣସି ପରିଚୟ ସମ୍ପର୍କେ ସୁଚନା ମିଳିନାହିଁ ବୋଲି ଜଣାପଡିଛି । ଯାହା ଫଳରେକି ରେଳୱ ପୋଲିସ ପିଲାଟିର ଫଟୋ ପ୍ରସାରିତ କରିଛି । ଯଦି କୌଣସି ବ୍ୟକ୍ତି ଏହି ଶିଶୁର ପରିଚୟ ଜାଣିଥିବେ ତୁରନ୍ତ ବରଗଡ ରେଳୱ ପୋଲିସ ସହିତ ଯୋଗାଯୋଗ କରିବାକୁ ନିବେଦନ କରାଯାଇଛି । ନଚେତ୍ ଆମର ବରଗଡ ଜିଲ୍ଲା ପ୍ରତିନିଧି ନବୀନ କୁମାର ଦାଶଙ୍କ ଫୋନ ନମ୍ବର ୯୭୭୭୬୩୯୯୫୧ ସହିତ ଯୋଗାଯୋଗ କରିବାକୁ ନିବଦେନ କରାଯାଇଛି ।
ବରଗଡରୁ ନବୀନ ଦାଶଙ୍କ ରିର୍ପୋଟ