ଓଭରଟେକ ବେଳେ ମଟର ସାଇକେଲ ପଛକୁ ପିଟିଲା ବସ
ସାକ୍ଷୀଗୋପାଳ----- ପୁରୀ- ଭୁବନେଶ୍ୱର ୩୧୬ନଂ ଜାତୀୟ ରାଜପଥର ସତ୍ୟବାଦୀ ବ୍ଳକ ଛକ ଠାରେ ଏକ ବସ ମଟର ସାଇକେଲ ପଛକୁ ପିଟିବାରୁ ଜଣେ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସା ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ପୁରୀ- ଫୁଲବାଣୀ ଶାରଳା ବସ ଓଆର- ୦୨- ଏୟୁ- ୯୮୯୯ ବସଟି ପୁରୀରୁ ଭୁବନେଶ୍ୱର ଯାଉଥିବା ସମୟରେ ସତ୍ୟବାଦୀ ବ୍ଳକ ଛକ ନିକଟରେ ଓଭରଟେକ କରିବା ସମୟରେ ଏକ ମଟର ସାଇକେଲକୁ ଧକ୍କା ଦେଇଥିଲା । ମଟର ସାଇକେଲ ପଛରେ ବସିଥିବା ସତ୍ୟବାଦୀ ଥାନା ଅନ୍ତର୍ଗତ ସେନାପତି ସାହିର ଜୟକୃଷ୍ଣ ସେନାପତି ଛିଟିକି ପଡିବା ଯୋଗୁ ଖଣ୍ଡିଆ ଖାବେରା ହୋଇ ଯାଇଛନ୍ତି । ସେଠାରେ ଉପସ୍ଥିତ ଥିବା ଜୟପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ବିଶ୍ୱଜିତି ମହାପାତ୍ର ଓ ସ୍ଥାନୀୟ ଯୁବକ ମାନେ ଶ୍ରୀ ସେନାପତିଙ୍କୁ ସଙ୍ଗେ ସଙ୍ଗେ ମେଡିକାଲକୁ ଚିକିତ୍ସ ପାଇଁ ଆଣିଥିଲେ । ଦୁର୍ଘଟଣା ଘଟିବା ପରେ ବସର ଡ୍ରାଇଭର ସତ୍ୟବାଦୀ ଥାନାରେ ବସଟି ରଖିଥିଲେ । ଉକ୍ତ ଛକରେ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ଯାଉଛି । ଏହାକୁ ନେଇ ରାସ୍ତାରୋକ କରାଯାଇଥିଲା ଘଟଣା ସ୍ଥଳରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ ଓ ତହସିଲଦାର କସ୍ତୁରୀ ପ୍ରଧାନ ତୁରନ୍ତ ହମ୍ପସ ନିର୍ମାଣ ସହିତ ଛକରେ ଆଲୋକ କରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କରାଯାଇନଥିବାରୁ ଦୁର୍ଘଟଣା ମାନ ଘଟୁଛି ବୋଲି ସରପଞ୍ଚ ଶ୍ରୀ ମହାପାତ୍ର କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି