Breaking News

ଯୁବକଙ୍କର ମୃତ୍ୟୁ କୁ ନେଇ ସନ୍ଦେହ ସୃଷ୍ଟି

 କନ୍ଧମାଳ ----- ବାଲିଗୁଡା କଲେଜ ଘାଟି ନିକଟ ୫୯ନଂ ଜାତୀୟ ରାଜପଥ କଡ଼ରୁ ଜଣେ ଯୁବକଙ୍କୁ କ୍ଷତାକ୍ତ ଅବସ୍ଥାରେ ଅଗ୍ନିଶମ ବାହିନୀ  ଉଦ୍ଧାରକରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ସମ୍ପୃକ୍ତ ଯୁବକଙ୍କୁ ମୃତ ଘୋଷଣା କରିବା ସହ ପୋଲିସ କୁ ଖବର ଦେଇଥିଲେ । ସୂଚନା ପ୍ରକାରେ ଆଜି ସକାଳ ପ୍ରାୟ ୧୦.୩୦ମିନିଟ୍ ସମୟରେ ସେହି ରାସ୍ତାଦେଇ ଯାତାୟତ କରୁଥିବା ଲୋକେ କ୍ଷତାକ୍ତ ଅବସ୍ଥାରେ ରାସ୍ତା କଡ଼ରେ ଜଣେ ଯୁବକ ପଡିଥିବା ଦେଖି ବାଲିଗୁଡା ଅଗ୍ନିଶମ ବିଭାଗକୁ ଖବରଦେଇଥିଲେ । ଖବରପାଇ ଅଗ୍ନିଶମ କର୍ମଚାରି ଘଟଣା ସ୍ଥଳରେ ପହଁଚି ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାରକରି ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ମୃତକ କଳାହାଣ୍ଡି ଜିଲ୍ଲା ଏମ୍.ରାମପୁର ଅଞ୍ଚଳର ପତିତପାବନ ସ୍ବାଇଁ  ବୋଲି ଜଣାପଡିଛି। ଘଟଣାକୁନେଇ ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି । ଅନ୍ୟ ଜିଲ୍ଲାର ଜଣେ ଯୁବକ ସେ ଯାଗାକୁ ଗଲେ କେମିତି ଓ ଏଭଳି ଘଟଣା କିଭଳି ଘଟିଲା । ଏହା ଦୁର୍ଘଟଣା ନା ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ ପ୍ରକାଶ ପାଉଛି । ସେପଟେ ଖବରପାଇ ବାଲିଗୁଡା ପୋଲିସ ଶବକୁ ଜବତ କରିବାସହ ଘଟଣାସ୍ଥଳରେ ପହଞ୍ଚି ପୋଲିସର ତଦନ୍ତ ଆରମ୍ଭ କରିଛି ।  ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ ଠାରୁ ସୁଚନା ମିଳିଛି।

 କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive

Popular Posts