ବାତ୍ୟା ପରେ ଗ୍ରାମର ଇଷ୍ଟଦେବା ଦେବୀ ପଲିଥିନି ତଳେ ପୂଜା ପାଉଛନ୍ତି
ସାକ୍ଷୀଗୋପାଳ---- କଥାରେ ଅଛି ଶନି ମହାଦଶା ପଡିଲେ କେହି ବତ୍ତି ନାହାନ୍ତି । ସଙ୍କଟ ମୋଚନ ମହାବୀର ହନୁମାନଙ୍କୁ ଶନି ତାଙ୍କୁ ମଧ୍ୟ ଛାଡିନଥିଲା । ଠିକ ସେହପରି ସାମୁଦ୍ରିକ ବାତ୍ୟା ଫାନି ଶନି ରୂପରେ ଆସି କାହାକୁ ଛାଡି ନଥିଲା । କାହିଁ କେଉଁ କାଳରୁ ଗ୍ରାମ ମୁଣ୍ଡରେ ବିଭିନ୍ନ ନାମରେ ଦେବା ଦେବୀ ମାନେ ଇଷ୍ଟଦେବତା ଭାବେ ପୂଜା ପାଇ ଆସୁଥିଲେ । ଫାନି ବାତ୍ୟାରେ ଗ୍ରାମରେ ପୂଜା ପାଉଥିବା ଠାକୁର ଠାକୁରାଣୀ ମଧ୍ୟ ବାଦ ପଡିନଥିଲେ । ଠାକୁର ଘର , ରୋଷଶାଳା, ଯଜ୍ଞ ଶାଳରେ ଟିଣ, ଆଜବେଷ୍ଟସ ପକାଯାଇଥିଲା । ଚଳିତ ବାତ୍ୟାରେ ସେ ସବୁ ପବନରେ ଉଡି ଯାଇଛି । ଏପରିକି କେତେକ ଠାକୁର ଠାକୁରାଣୀ ଏବେବି ପଲିଥିନି ତଳେ ପୂଜା ପାଉଛନ୍ତି । ଗୋଟିଏ ପକ୍ଷେ ରାଜ୍ୟ ସରକାର ଗଛ, ଘର, ଗୁହାଳ,କୁକୁଡା ଘର, ପୋଖରୀ ସବୁର କ୍ଷୟକ୍ଷତି ଆକଳନ କରୁଥିବା ବେଳେ ଏହି ଦେବାଳୟ ଗୁଡିକ ସରକାରଙ୍କ ନଜରରୁ ବାଦ ପଡିଯାଇଥିବା ଗ୍ରାମବାସୀ ମାନେ ଅଭିଯୋଗ ଆଣିଛନ୍ତି । ଏପରିକି ବାତ୍ୟା ସମସ୍ତଙ୍କ ଉପରେ ଦାଉ ସାଧିଥିବା ବେଳେ ଅନ୍ୟ ମାନେ ସରକାରୀ ସହାର୍ଯ୍ୟ ପାଇବେ ମାତ୍ର ଗ୍ରାମରେ ଥିବା ଠାକୁର ମାନେ ସରକାରୀ ସାହାର୍ଯ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ବୁଦ୍ଧଜିବୀ ମାନେ ଆଲେଚନା କରୁଥିବା ଜଣାପଡିଛି । ସତ୍ୟବାଦୀ ବ୍ଳକର ଗୁଆଳି ଗୋରଡାର କାଳିଆ ମା ଠାକୁରାଣୀ, ବିଦ୍ୟାଧରପୁର ଚର୍ଚ୍ଚିକା ଠାକୁରାଣୀ, ସୁଆଣ୍ଡର ଲୋକେଶ୍ୱର ମହାଦେବ, ନୂଆଗାଁର ଯଜ୍ଞମଣ୍ଡପ, ବଁପାଳର ନୀଳକଣ୍ଠେଶ୍ୱର ମହାଦେବଙ୍କ ମନ୍ଦିରର ଦଧିନଉତି, ମାଳିସାହିର କୁଣ୍ଡେଳେଶ୍ୱର ମହାଦେବଙ୍କ ମନ୍ଦିରର ଦଧିନଉତି, ବଳପୁର ଗ୍ରାମରେ ଥିବା ଦେଳବେଦୀର ଝୁଲଣ ମଣ୍ଡପ ଆଦି କ୍ଷୟକ୍ଷତି ହୋଇଛି । ଏହା ସହିତ ବିଭିନ୍ନ ଗ୍ରାମ ପଞ୍ଚାୟତରେ ଥିବା ବିଭିନ୍ନ ଠାକୁରଙ୍କ ଘର ଭାଙ୍ଗି ରୁଜି ଯାଇଥିବା ଜଣାପଡିଛି । ତୁରନ୍ତ ସରକାର ଏହି ଦେବାଳୟ ଗୁଡିକର ମରାମତି ବା ପୁନଃ ଉଦ୍ଦାର କରିବା ପାଇଁ ଯୋଜନା କରିବା ନିହାତି ଆବଶ୍ୟକତା ରହିଛି ବୋଲି ସାହିତ୍ୟକ ଓ ଗବେଷକ ମାନେ ମତ ପ୍ରକାଶ କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି