ରାସ୍ତା ଉପରେ ଗଦା ହୋଇଛି ଟ୍ରକ ଟ୍ରକ ନଡିଆ କତା
ସାକ୍ଷୀଗୋପାଳ -- ପୁରୀ- ଭୁବନେଶ୍ୱର ୩୧୬ନଂ ଜାତୀୟ ରାଜପଥର ପଟ୍ଟନାୟିକିଆ - ବଳପୁର ରାସ୍ତା ଉପରେ ଟ୍ରକ ଟ୍ରକ ନଡିଆ କତା ଗଦା ହୋଇଛି । ଯାହାକି ରାସ୍ତା ଅବରୋଧ କରୁଥିବା ସମ୍ପର୍କେ ଅଭିଯୋଗ କରାଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ଅଭିଯୋଗ ମାନ ହୋଉଛି । ଉକ୍ତ ନଡିଆ କତା ବେପାରୀ ରାସ୍ତା ଅବରୋଧ କରିଥିଲେ ମଧ୍ୟ ଏ ଦିଗପ୍ରତି ତାଙ୍କର ନିଘା ନାହିଁ । ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଗାଡି ମଟର ଯିବା ଆସିବା କରିଥାଏ । କଲେଜ ଛାତ୍ର ଛାତ୍ରୀ ଓ ବିଭିନ୍ନ ସରକାରୀ ବେସରକାରୀ ସଂସ୍ଥାରେ କାମ କରୁଥିବା ଚାକିରିଆ , ବ୍ୟବସାୟୀ ମାନେ ପୁରୀ, ଭୁବନେଶ୍ୱର, ପିପିଲି, ଡେଲାଙ୍ଗ, ସାକ୍ଷୀଗୋପାଳ, ସାତଶଙ୍ଖ ଆଦି ଅଞ୍ଚଳକୁ ଯିବା ଆସିବା କରିଥାନ୍ତି । ଅନ୍ୟ ପକ୍ଷେ ଉକ୍ତ ରାସ୍ତା ପଟ୍ଟନାୟିକିଆ ଛକ ଠାରୁ ବଳପୁର ଗ୍ରାମ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ପକ୍ଷରୁ ଚଉଡା କରିବା ପାଇଁ କାର୍ଯ୍ୟ ଚାଲିଛି । ଯାହା ଫଳରେକି ରାସ୍ତା କାଦୁଅ ଖାଲ ଖମାରେ ପରିପୂର୍ଣ୍ଣ । ଏହା ସହିତ ରାସ୍ତା ଅନେକ ଯାଗାରେ ସଂଙ୍କୁଚିତ ହୋଇପଡିଛି । ଏହାର ସୁଯୋଗ ନେଇ ବାରମାଣ ସାହି ନିକଟରେ ଜଣେ ନଡିଆ କତା ବ୍ୟବସାୟୀ ରାସ୍ତା ଉପରେ ଟ୍ରକ ଟ୍ରକ ନଡିଆ କତା ଗଦେଇବା ସହ ନିଜର ଟ୍ରକ ଓ ଟ୍ରାକ୍ଟର ଠିଆ କରାଇବାକୁ ମଧ୍ୟ ପଛେଇ ନାହାନ୍ତି । ଯାହାଫଳରେକି ରାସ୍ତା ଆହୁରି ଅବରୋଧ ହୋଉଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ତୁରନ୍ତ ପୁରୀ ଜିଲ୍ଲାପାଳ ବେଆଇନ ଭାବରେ ରାସ୍ତା ଉପରେ ଗଦାଇଥିବା ନଡିଆ କତା ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଅଞ୍ଚଳ ବାସି ଦାବି କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି