କିଡିନ ରୋଗରେ ଯୁବକଙ୍କର ମୃତ୍ୟୁ
ବରଗଡ-- ବରଗଡ ଜିଲ୍ଲାର ଅତାବିରା ବ୍ଳକର ପାହାଡ ଶ୍ରୀଗିଡା ଆଦର୍ଶ ପଞ୍ଚାୟତ ଭାବେ ବ୍ଳକରେ ବେଶ ପରିଚିତ । ଏହି ପଞ୍ଚାୟତର ଖ୍ରୀଷ୍ଟିଆନପଡା ର ସଂଘରା ପଡାରେ କିଡିନି ରୋଗ ଆତଙ୍କ ଖେଳାଇଛି । ଜଣଙ୍କ ପରେ ଜଣଙ୍କ ଜୀବନ ଅକାଳରେ ଚାଲି ଯାଉଛି । ବିଶେଷ କରି ପାଣି ଯୋଗୁ ଏହି ରୋଗ ବ୍ୟାପିଥିବାର ଜଣାପଡିଛି । ସେ ଯାହା କିଛି ହେଉନା କାହିଁକି ରାଜ୍ୟ ସରକାର ଆଦିବାସୀ ଓ ଦଳିତ, ଲଘୁସଂପ୍ରଦାୟର ମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି । ମାତ୍ର ସେ ଗୁଡିକ ସବୁ ନାଲିଫିତା ତଳେ ଚାପି ହୋଇ ରହିଯାଉଛି । ଅକାଳରେ କିଡିନି ରୋଗରେ ଝରିପଡୁଛନ୍ତି ଯୁବକ ମାନେ । ଯାହାକୁ ନେଇ ଉକ୍ତ ଗ୍ରାମରେ ଆତଙ୍କ ଖେଳିଯାଇଛି । ଜନସନ ଶିଶିଙ୍ଗଙ୍କ ପୁତ୍ର ସମୀର ରଞ୍ଜନ ଶିଶିଙ୍ଗି (୨୦) ଆଜି କିଡିନି ରୋଗରେ ଅକାଳ ମୃତ୍ୟୁ ହୋଇଯାଇଛି । ଏହି ମୃତ୍ୟୁ ହେବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ତୁରନ୍ତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦୃଢ଼ ପଦକ୍ଷେପ ନେବା ସହ ଜନସଚେତନା କରାଇବା ପାଇଁ ଜନସାଧାରଣରେ ଦାବୀ ହେଉଛି ।
ବରଗଡରୁ ନବୀନ ଦାଶଙ୍କ ରର୍ପୋଟ