Breaking News

ନୂତନ ଘର ଯୋଗାଇ ଦେବା ପାଇଁ ଡେଲାଙ୍ଗ ବ୍ଲକ ପକ୍ଷରୁ ୩ଜଣିଆ ଟିମ ଗଠନ ହେଲା


ଡେଲାଙ୍ଗ-ଡେଲାଙ୍ଗ ବ୍ଲକ ପରିସରରେ ଥିବା ବିଜୁ ପଟ୍ଟନାୟକ ସମ୍ମିଳନି କକ୍ଷରେ ବ୍ଲକ ଅଧକ୍ଷ ପ୍ରସନ୍ନ ସାହୁଙ୍କ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ  ଡେଲାଙ୍ଗ ବିଡିଓ କ୍ଷିରୋଦ ପ୍ରଧାନ ଯୋଗଦେଇ କହିଥିଲେ ନୂତନ ଘର ଯୋଗାଇଦେବା ପାଇଁ ବ୍ଲକ ପକ୍ଷରୁ ଏକ ତିନି ଜଣିଆ ଟିମ ଗଠନ କରାଯାଇଛି । ପ୍ରତି ପଞ୍ଚାୟତରେ ଏହି ଟିମ୍ ପ୍ରତି ଗ୍ରାମକୁ ଯାଇ ଯୋଗ୍ୟ ହିତାଧିକାରୀ ଚୟନ କରିବେ ।ଏହି ଟିମ୍ ରେ ପଞ୍ଚାୟତ ନିର୍ବାହି ଅଧିକାରି,ଜିଆରଏସ ଓ ଜଣେ ଶିକ୍ଷକ ତଦନ୍ତ ଦାୟିତ୍ୱରେ ରହିବେ  ।  ଜିଓ ଟେକିଂରେ ଫଟୋ ଉତ୍ତୋଳନ ଏହି ଟିମ କରିବା ଦ୍ୱରା  ହିତାଧିକାରୀଙ୍କୁ ନୂତନ ଗୃହ ମିଳିବାରେ ସହାୟକ ହେବ ।  ଫାନି ବାତ୍ୟାରେ ଭାଙ୍ଗି ଯାଇଥିବା ଘରକୁ ତହସିଲ ପକ୍ଷରୁ ତଦନ୍ତ କରାଯାଇ ହିତାଧିକାରି ମାନଙ୍କୁ ଘରଭଙ୍ଗା ଅର୍ଥ ପ୍ରଦାନ କରାଯାଇଛି । ତହସିଲ ପକ୍ଷରୁ ଚିହ୍ନଟକାରୀ ମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଓ ମୋକୁଡିଆ ଯୋଜନା ପାଇ ନଥିବା ବ୍ୟକ୍ତି ବିଶେଷ ମାନଙ୍କୁ ବ୍ଲକ ତଦନ୍ତକାରୀ ଟିମ  ପ୍ରାଥମିକତା ଦେଇ ସେମାନଙ୍କ ଘରଭଙ୍ଗା ତଦନ୍ତ କରିବେ । ପ୍ରକୃତ ଘରଭଙ୍ଗା ହିତାଧିକାରୀ ଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ନୂତନ ଗୃହ ଯୋଗାଇ ଦେବା ପାଇଁ ବ୍ଲକ ଅଧକ୍ଷ ଶ୍ରୀ ସାହୁ ପରାମର୍ଶ ଦେଇଛନ୍ତି । ସମସ୍ତ ନିର୍ବାଚିତ ପ୍ରତିନିଧି ମାନେ ଯେପରି ପ୍ରକୃତ ହିତାଧିକାରୀ ବାଦ ନପଡିବେ ସେହି ଟିମକୁ ଗ୍ରାମ ମାନଙ୍କରେ ସହଯୋଗ କରିବା ନେଇ ଏହି ବୈଠକରେ ଆଲୋଚନା କରାଯାଇଛି ।ଏହି ବୈଠକରେ ବ୍ଲକର ସମସ୍ତ ଅଧିକାରୀ ସମିତିସଭ୍ୟ ଓ ସରପଞ୍ଚ ମାନେ ଉପସ୍ଥିତ ରହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts