ବାଲିଗୁଡାରେ ସ୍ଵiସ୍ଥଅବସ୍ଥା ଶୋଚନୀୟ : ୨୦ ଡାକ୍ତରଙ୍କ ଯାଗାରେ ଅଛନ୍ତି ୫
କନ୍ଧମାଳ--- ରାଜ୍ୟ ସରକାର ସ୍ଵାସ୍ଥ୍ୟ ବିଭାଗ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା କହୁଥିବାବେଳେ କନ୍ଧମାଳ ଜିଲ୍ଲାର ବାଲିଗୁଡା ସ୍ବାସ୍ଥ୍ୟ କେନ୍ଦ୍ରରେ ଏହାର ଓଲଟା ଦେଖିବାକୁ ମିଳିଛି । ବାଲିଗୁଡ଼ା ସ୍ବାସ୍ଥ୍ୟ କେନ୍ଦ୍ରରେ ଡ଼ାକ୍ତର ଅଭାବ ମୁଖ୍ୟ ସମସ୍ୟା ଭାବରେ ଠିଆ ହୋଇଛି ବୋଲି ଲୋକମାନେ ଅଭିଯୋଗ କରୁଛନ୍ତି ।ଯାହା ଫଳରେ କି ଦୁଧ ଦୂରାନ୍ତ ରୁ ଆସୁଥିବା ରୋଗୀ ମାନେ ନାହିଁ ନଥିବା ହଇରାଣ ହୋଉଛନ୍ତି । ଛୋଟ ଛୋଟ ଶିଶୁମାନଙ୍କୁ ଧରି ଘଣ୍ଟା ଘଣ୍ଟା ଲାଇନି ରେ ରହିବାକୁ ପଡ଼ୁଛି । ୪ ବ୍ଲକ ର ଲୋକମାନେ ଏହି ମେଡିକାଲ ଉପରେ ନିର୍ଭର କରିଥାନ୍ତି । ଦିନେ ଦିନେ ଡାକ୍ତର ଛୁଟିରେ ବି ରହିଥାନ୍ତି । ସେ ଦିନ ମେଡିକାଲ ଅବସ୍ଥା କହିଲେ ନସରେ । ସରକାର ଏପଟେ କହୁଛନ୍ତି ଆମେ ସବୁ ମେଡିକାଲ ରେ ଡ଼କ୍ଟର ପଦବୀ ଖାଲି ଥିବା ପୂରଣ କରିଦେଲୁ। କିନ୍ତୁ ଏହା ବାସ୍ତବରେ ନୁହେଁ । ଏହାକୁ ନେଇ ବାଲିଗୁଡା ଜନସାଧାରଣ ଆନ୍ଦୋଳନ ପାଇଁ ସଜବାଜ ହୋଉଥିବା ଜଣାପଡିଛି । ଆନ୍ଦୋଳନ ନ ହେବା ଆଗରୁ ବାଲିଗୁଡ଼ା ସ୍ବାସ୍ଥ୍ୟ କେନ୍ଦ୍ରରେ ଖାଲି ପଡିଥିବା ଡାକ୍ତର ପଦବି ଗୁଡିକ ପୁରଣ କରିବା ପାଇଁ ବିଭିନ୍ନ ବ୍ୟବସାୟି ସଂଘ ଓ ଜନସାଧାରଣ ପକ୍ଷରୁ ସରକାରଙ୍କୁ ନିବେଦନ କରାଯାଇଛି ।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡା