Breaking News

ଚାଇଁପୁର ପଞ୍ଚାୟତର ସରପଞ୍ଚଙ୍କ ବହିଷ୍କୃତ ଆଦେଶ ଉପରେ ଲାଗିଲା ରୋକ

 ଡେଲାଙ୍ଗ --- ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଳକର ଚାଇଁପରୁ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରଦ୍ୟୁମ୍ନ ପରିଡାଙ୍କୁ ବହିଷ୍କୃତ  କରାଯାଇଥିଲା  । ଏହାକୁ ସେ ଉଚ୍ଚ ନ୍ୟାୟଳୟରେ ଚାଲେଞ୍ଜ କରିଥିଲେ  । ଜୁଲାଇ ୧୮ ତାରିଖରେ ଉଚ୍ଚତମ ନ୍ୟାୟଳୟ ଶ୍ରୀ ପରିଡାଙ୍କ ସପକ୍ଷରେ ନ୍ୟାୟ ପ୍ରଦାକ କରିଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ଶ୍ରୀ ପରିଡା ସରକାରୀ ଅର୍ଥ ତୋଷରପାତ କରିଥିବା ଓ ପଞ୍ଚାୟତରାଜ ଗାଇଡ ଲାଇନ ନ ମାନିବା ଆଦି ଅଭିଯୋଗରେ ତାଙ୍କୁ ସରପଞ୍ଚ ପଦରୁ ନିଲମ୍ବିତ କରାଯାଇଥିଲା  । ପରେ ସେ ଏହା ବିରୋଧରେ ଅଭିଯୋଗ କରିବା ପରେ ତାଙ୍କୁ ନିଯୁକ୍ତି ମିଳିବା ପରେ ପରେ ପୁର୍ନବାର ତାଙ୍କୁ ସରପଞ୍ଚ ପଦବୀରୁ ବହିଷ୍କୃତ ରାଜ୍ୟ ପଞ୍ଚାୟତରାଜ ବିଭାଗ ପକ୍ଷରୁ କରାଯାଇଥିଲା  । ଏବେ ଏହି ବହିଷ୍କୃତ ନିର୍ଦ୍ଦେଶ ଉପରେ ଉଚ୍ଚ ନ୍ୟାୟଳୟ ଅଙ୍କୁଶ ଲଗାଇଥିବାର ଶ୍ରୀ ପରିଡାଙ୍କ ଠାରୁ ସୂଚନା ମିଳିଛି   ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts