ଭାରତ ବିକାଶ ପରିଷଦ ଓ ସେବା ଅନୁଷ୍ଠାନ ପକ୍ଷରୁ ବୃକ୍ଷ ରୋପଣ ଓ ପୋଖରୀ ସଫେଇ
ସାକ୍ଷୀଗୋପାଳ ----- ଭାରତ ବିକାଶ ପରିଷଦର ସତ୍ୟବାଦୀ ଶାଖା ପକ୍ଷରୁ ପ୍ରତି ରବିବାର ଦିନ ସଫେଇ ଦିବସ ଭାବରେ ପାଳନ କରାଯାଉଛି । ସାମୁଦ୍ରିକ ଫାନି ବାତ୍ୟା ପରେ ସତ୍ୟବାଦୀ ଶଖାର ସଭାପତି ସତ୍ୟବାଦୀ ଦାଶଙ୍କ ନିସ୍ପତି କ୍ରମେ ଏହି ସଫେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ଅବସରରେ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ପରହାଟ ଗ୍ରାମରେ ଥିବା ସର୍ବ ପୁରାତନ ପୋଖରୀ ସଫେଇ କରାଯାଇଥିଲା । ଏହି ପୋଖରୀ ସଫେଇ କାର୍ଯ୍ୟକ୍ରମରେ ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ଓ ଅନ୍ୟ ସଦସ୍ୟା ମାନେ ସହଯୋଗ କରିଥିଲେ । ଗ୍ରାମରେ ଥିବା ଛଅ ଗୋଟି ଛୋଟ ବଡ ପୋଖରୀକୁ ସଫେଇ କରାଯିବା ସହ ଗ୍ରାମ ପରିସରରେ ପଡିଥିବା ଅଳିଆ ଅବର୍ଜନା ସଫା ସୁତରା କରାଯାଇଛି । ସେହିପରି ଗ୍ରାମରେ ଥିବା ଖାଲି ଯାଗା ଓ ବିଦ୍ୟାଳୟରେ ବର, ଅଶ୍ୱଥ ସହିତ ଅନ୍ୟ ବୃକ୍ଷରୋପଣ କରାଯିବା ସହ ସ୍ୱଚ୍ଛଭାରତ ସମ୍ପର୍କେ ଗ୍ରାମର ଯୁବକ ଯୁବତୀ ମାନଙ୍କୁ ସଚେତନତା କରାଯାଇଛି । ଏହି କାର୍ଯ୍ୟକ୍ରମରେ ସେବା ଅନୁଷ୍ଠାନର କର୍ମକର୍ତ୍ତା ମାନେ ସହଯୋଗ କରି ଆସୁଛନ୍ତି । ଏହା ମଧ୍ୟରେ ସତ୍ୟବାଦୀ ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତରେ୨୮ଟି ପୋଖରୀ ସଫେଇ କରାଯାଇଥବା ଭାରତ ବିକାଶ ପରିଷଦର ସଭାପତି ସତ୍ୟବାଦୀ ଦାଶଙ୍କ ଠାରୁ ପ୍ରକାଶ । ଆଜିର ଏହି କାର୍ଯ୍ୟକ୍ରମକୁ ପରହାଟ ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପରିଚାଳନା କରିଥିବା ବେଳେ ଭାରତ ବିକାଶ ପରିଷଦର ସତ୍ୟବାଦୀ ଶାଖାର ସଭାପତି ଶ୍ରୀ ଦାଶ, ଅର୍ଥସଚ୍ଚିବ ନବଘନ ଶତପଥୀ, ସଦସ୍ୟ ସୁନାକର ପତି, ସଂଗଠକ ସମ୍ପାଦକ ଶୁସାନ୍ତ କୁମାର ରଥ ପରିଚାଳନାରେ ସହଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଜୟ କୁମାର ପଣ୍ଡା, ବ୍ରଜ କିଶୋର ପାଇକରାୟ, ନୀଳକଣ୍ଠ ବାରିକ, କାଶୀନାଥ ବିଶ୍ୱାଳ, ପ୍ରଫୁଲ ପ୍ରଧାନ, କାହ୍ନା ପାତ୍ର, ଶାଶ୍ୱତ ଦାସ, ତେଫାନି ବେହେରା, ରଣଜିତ ଖଣ୍ଡୁଆଳ, ବସନ୍ତ କୁମାର ସ୍ୱାଇଁ, ବିଷ୍ଠୁ ଚରଣ ମହାରଣା, ମୃତ୍ୟୁଞ୍ଜୟ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସତ୍ୟବାଦୀରେ ନୀରବଛିନ୍ନ , ନିସ୍ୱାର୍ଥପର ସେବା ଯୋଗାଇ ଆସୁଥିବାରୁ ବିଭିନ୍ନ ଅନୁଷ୍ଠାନ ଓ ଗ୍ରାମାବସୀଙ୍କ ପକ୍ଷରୁ ସେବା ଓ ଭାରତ ବିକାଶ ପରିଷଦର କର୍ମକର୍ତ୍ତା ମାନଙ୍କୁ ଗ୍ରାମବାସୀ ମାନେ ସାଧୁବାଦ ଜଣାଇଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି