ସିମେଣ୍ଟ ତିଆରି ଷଣ୍ଢ କ୍ଷୀର ପିଇଲେ
ବରଗଡ---- ବରଗଡ ଜିଲ୍ଲାର ରେଙ୍ଗାଲି କେମ୍ପ ନିକଟରେ ଥିବା ଶ୍ରୀ ଶ୍ରୀ ଶ୍ରୀ ଶିବବାଳା ଯୋଗେଶ୍ୱରୀ ଦେବୀ ଆଶ୍ରମ ପରିସରରେ ଥିବା ଗୁପ୍ତେଶ୍ୱର ବାବା ଶିବ ମନ୍ଦିର ଆଗରେ ଥିବା ସିମେଣ୍ଟ ଗୋଡିରେ ତିଆରି ହୋଇଥିବା ଷଣ୍ଢ କ୍ଷୀର ପିଉଥିବା ଜଣାପଡିଛି । ଏହା ସତ୍ୟକି ମିଛ ପରଖିବା ପାଇଁ ସେଠାରେ ଶହଶହ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଛି । ଲୋକମାନେ କ୍ଷୀର କିଣିକି ନେଇ ଏକ ଚାମଚାରେ ଷଣ୍ଢ ପାଟିରେ ଲଗାଇଲେ ତାହା ଆପେ ଆପେ କ୍ଷୀର ଉଭାନ ହୋଇ ଯାଉଛି । ଏହି ଘଟଣା ପ୍ରଘଟ ହେବା ପରେ ସେଠାରେ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଛି । ଅନ୍ୟ ପକ୍ଷେ ବାବା ସାରଥୀ କୋର୍ଟରୁ ଜାମିନରେ ଆସିବା ପରେ ତାଙ୍କ ଲୀଲା ଖେଳ ବୋଲି ଲୋକମାନେ କହୁଛନ୍ତି ।
ବରଗଡରୁ ନବୀନ କୁମାର ଦାଶ