ନଅଦିନ ଧରି ଶ୍ରୀରାମଚରିତ ମାନସ ପାରାୟଣ ଉଦ୍ଯାପିତ
ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକର ସାରଙ୍ଗଯୋଡି ିପଞ୍ଚାୟତ ନିକଟ ଭାଲୁ ବଜାର ଠାରେ ନଅଦିନ ଧରି ଶ୍ରୀରାମ ଚରିତ ମାନସ ପାରାୟଣ ଉଦ୍ଯାପିତ ହୋଇଯାଇଛି । ବଜାର କମିଟି ଓ ବଁପାଳ ଗ୍ରାମ ବାସୀଙ୍କ ମିଳିତ ସହଯୋଗରେ ଏଠାରେ ୨୫ ବର୍ଷ ଧରି ପାରାୟଣ କରି ଆସୁଛନ୍ତି । କର୍ତ୍ତା ଭାବରେ କପିଲ ନାୟକ ରହିଥିବା ବେଳେ ପୁରୋହିତ ପଣ୍ଡିତ ଅରୁଣ କୁମାର ପଣ୍ଡା ପୂଜା କାର୍ଯ୍ୟ ସମାପନ୍ନ ପରିଥିଲେ । ପ୍ରତିଦିନ ସକାଳେ ରାମକଥା ଗାନ କରାଯିବା ସହ ଠାକୁରଙ୍କ ପାଖରେ ଭୋଗ ନୈବେଦ କରାଯାଇଥାଏ । ପ୍ରତିଦିନ ସଂଧ୍ୟାରେ ହରିହର ଯେନା ପ୍ରବଚନ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଲକ୍ଷ୍ମୀଧର ଦିକ୍ଷିତ, ବଳରାମ ପ୍ରଧାନ କାହ୍ନୁ ନାୟକ, ଶିଖର ପରିଡାଙ୍କ ସହ ବ୍ୟପାଳ ଗ୍ରାମବାସୀ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି