ପାଣିରେ ବୁଡି ଯୁବତୀଙ୍କର ମୃତ୍ୟୁ
ସାକ୍ଷୀଗୋପାଳ --ସତ୍ୟବାଦୀ ଥାନା ଅନ୍ତର୍ଗତ ଭୁତପଡା ଗ୍ରାମର ଅପତ୍ତି ସ୍ୱାଇଁଙ୍କ ଝିଅ ସରୋଜିନି ( ପିଙ୍କି) ସ୍ୱାଇଁ ( ୨୨) ପୋଖରୀକୁ ଗାଧେଇବା ବେଳେ ଗୋଡ ଖସି ମୃତ୍ୟୁ ବରଣ କରିଛନ୍ତି । ଖବର ପାଇ ସତ୍ୟବାଦୀ ଅଗ୍ନିଶମ ବିଭାଗର ମନୋଜ କୁମାର ନାୟକ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେତେବେଳକୁ ଗ୍ରାମବାସୀ ମାନେ ଯୁବତୀଙ୍କୁ ପାଣିରୁ ଉଦ୍ଧାର କରି ସାକ୍ଷୀଗୋପାଳ ମେଡିକାଲକୁ ଆଣିଥିଲେ । ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ସତ୍ୟବାଦୀ ଥାନା ଶବ ଜବତ କରି ଏକ ଅପମୃତ୍ୟୁ କେସ ରୁଜ କରି ବ୍ୟବଛେଦ ନିମନ୍ତେ ପୁରୀ ପଠେଇଥିବା ଆଇଆଇସି ତପନ କୁମାର ରାଉତଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି