ପୂର୍ବତନ ସରପଞ୍ଚ ସ୍କୃତି ଚାରଣ ସଭା
ଡେଲାଙ୍ଗ---- ଅଭୟମୁଖୀ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବୀରମକୁନ୍ଦପୁର ସେବା ସମବାୟ ସମିତିର ସଭାପତି ଓ ବିଜେଡି ଦଳର ଜଣେ ଟାଣୁଆର ନେତା ଦିବଂଗତ କୃଷ୍ଣଚନ୍ଦ୍ର ସେନାପତିଙ୍କ ସ୍ଥାନୀୟ ଇନ୍ଦିପୁର ମେଳଣ ପଡିଆରେ ସ୍କୃତିଚାରଣ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ରାଜେନ୍ଦ୍ର କୁମାର ସେନାପତି ତତ୍ତ୍ୱାଧାନରେ ଅନୁଷ୍ଠିତ ସଭାରେ ମାୟାଧର ସେନାପତି ସଭାପତିତ୍ୱ କରି ସ୍ୱର୍ଗତ କୃଷ୍ଣଚନ୍ଦ୍ର ଜଣେ ବିଜେଡିର ଟାଣୁଆ ନେତା, ସଂଗଠକ, ସମବାୟବିତ୍ତ, ସହିତ ପରୋପକାରୀ ଥିଲେ ବୋଲି କହିଥିଲେ । ସେ ୩୦ ବର୍ଷ ରାଜନୈତିକ କ୍ଷେତ୍ରରେ ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିଯାଇଛନ୍ତି ବୋଲି ସ୍କୃତି ଚାରଣ ସଭାରେ ଅତିଥି ମାନେ କହିବା ସହ ଶ୍ରୀ ସେନାପତିଙ୍କର ଅମର ଆତ୍ମାର ସଦଗତି କାମନା କରାଯାଇଥିଲା । ଏହି ସ୍କୃତି ଚାରଣ ସଭାରେ ପାଳୁରାମ ପ୍ରଧାନ, ପ୍ରଫୁଲ କୁମାର ସେନାପତି, ରମେଶ ଚନ୍ଦ୍ର ପରିଡା, ସୋମନାଥ ସେନାପତି, କେଳୁସ୍ୱାଇଁ, ପ୍ରମୋଦ କୁମାର ପାଢ଼ୀ, ବାଳକୃଷ୍ଣ ସାସମଲ, ଦ୍ୱିଜବର ସ୍ୱାଇଁ, ନିରଞ୍ଜନ ନାୟକ, ପ୍ରସନ୍ନ କୁମାର ନାୟକ, ପ୍ରଫୁଲ ଜେନା, ଓ ଜନାର୍ଦ୍ଦନ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି