Breaking News

ସିନ୍ଧିଗୁଡା ରାସ୍ତା କାମ ଅତି ନିମ୍ନ ମାନର , ବର୍ଷାରେ ପିଚୁ ଉଠି ଯାଉଛି


କନ୍ଧମାଳ --- କନ୍ଧମାଳ ଜିଲ୍ଲା ବାଲିଗୁଡା ସିନ୍ଧିଗୁଡା ରାସ୍ତାରେ ନିମ୍ନ ମାନର କାମ ହୋଇଥବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ବର୍ଷା ହେଲେ  ରାସ୍ତାର ଦୁଇପାଖ ମାଟି ଓ ପିଚୁ ମଧ୍ୟ ଧୋଇ ହୋଇ ଯାଉଥିବାର ଦେଖା ଯାଇଛି । ଏହି ରାସ୍ତା ସୁରକ୍ଷିତ ମନେ କରୁନାହାନ୍ତି  ଗାଡି ଚାଳକ ମାନେ । ଲୋକଙ୍କ ଅଭିଯୋଗ ଏହି ରାସ୍ତାରେ ବିଭିନ୍ନ ଜାଗାରେ ପିଚୁ ଉଠିଯାଇଥିବା ଦେଖିବାକୁ ମିଳିଛି । ଏହି ରାସ୍ତା କାମ ଆରକେଡ଼ି କନଷ୍ଟ୍ରକସନ ତିଆରି କରିଥିବାର ଜଣାଯାଇଛି । ସରକାରଙ୍କ ନିୟମ ଅନୁସାରେ  ଏହାର ମରାମତି ପାଞ୍ଚ ବର୍ଷ ପର୍ଯ୍ୟନ୍ତ କାମ ନେଇ ଥିବା ଏଜେନ୍ସି କରିବା କଥା ହେଲେ ଏପର୍ଯ୍ୟନ୍ତ  ରାସ୍ତା ମରାମତି କରାଯାଉ ନାହିଁ ।କୌଣସି ପଦକ୍ଷେପ ଏଜେନ୍ସି ବିରୁଦ୍ଧରେ ନିଆଯାଇନଥିବାର ଜଣା ପଡେ । ଏହି ରାସ୍ତାରେ ବାଲିଗୁଡା ଠାରୁ କିଛି  ଦୂରରେ ଏକ ପେପେର ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ଥିବାର ଦେଖିବାକୁ ମିଳିଥିଲା । ଏହି ରାସ୍ତାରେ ମଧ୍ୟ ଅଣଓସାରିଆ ହେଇଥିବାରୁ ଗାଡି ଚଲାଇଲା ବେଳେ ବହୁତ କଷ୍ଟ ହେଉଥିବା ଗାଡ଼ିର ଡ଼୍ରାଇଭର ମାନେ କହିଛନ୍ତି । ଗୋଟିଏ ମାସରେ ଏହି ଜାଗାରେ ଚାରିଥର ଦୁର୍ଘଟଣା ହେଲାଣି ଏହାର ମଧ୍ୟ ପଦକ୍ଷେପ ନିଆଯାଉ ବୋଲି ଗ୍ରାମବାସୀମାନେ କହିଛନ୍ତି। ତୁରନ୍ତ ଜିଲ୍ଲାପାଳ ଏ ଦିଗପ୍ରତି ନଜର ଦେବାକୁ ସାଧାରଣରେ ଦାବୀ ହେଉଛି। କନ୍ଧମାଳ ରୁ ମନୋଜ କୁମାର ପଣ୍ଡା

Blog Archive

Popular Posts