Breaking News

ବ୍ଳକ ଓ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ


ବାଲିଅନ୍ତା--- ବାଲିଅନ୍ତା ବ୍ଳକ ଉମାଦେଇବ୍ରହ୍ମପୁର ଗ୍ରାମ ପଞ୍ଚାୟତ ପକ୍ଷରୁ ବ୍ଳକ ଓ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଖାଲି ପଡିଥିବା ଜମିରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସରପଞ୍ଚ ସୁକାନ୍ତ କୁମାର ସାହୁଙ୍କ ତତ୍ୱବଧାନରେ କରାଯାଇଥିଲା  । ପ୍ରଥମେ ଟଙ୍କପାଣୀ ଠାକୁରାଣୀଙ୍କ ପୀଠରୁ  ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା  । ବାଲିଅନ୍ତା ବ୍ଳକ କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା  । ଏଥିରେ ବ୍ଳକର ଏବିଡିଓ ରାମକୃଷ୍ଣ ସାହୁଙ୍କ ସହିତ ବ୍ଳକର ସମସ୍ତ କର୍ମଚାରୀ  ଓ ଉମାଦେଇବ୍ରହ୍ମପୁର ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ସୁନ୍ଦରାଏ, ପୂର୍ବତନ ସରପଞ୍ଚ କାତ୍ତିକେଶ୍ୱର ସେଠୀ, ନାଏବ ସରପଞ୍ଚ ତୁଳସୀ ସାହୁ ,  ପଞ୍ଚାୟତର ୱାର୍ଡ ସଭ୍ୟସଭ୍ୟା ଓ ମହିଳା ମହାସଂଘର ସଭାନେତ୍ରୀ ସମ୍ପାଦିକାଙ୍କ ସହ ସମସ୍ତ କର୍ମକତ୍ତା ମାନେ ଉପସ୍ଥିତ ରହିଥିଲେ  । ସ୍ୱେଚ୍ଛାସେବୀ ସଂଗଠନର ସଂଜୟ ସାହୁ, ପ୍ରଭାତ ପ୍ରଧାନ ଓ ଗୀତା ପରିଡା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ  ।
ବାଲିଅନ୍ତାରୁ ନିରଞ୍ଜନ ସେନାପତି

Blog Archive

Popular Posts