ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ନୂଆ ଯୋଜନା
ଓଡଗାଁ ଉଚ୍ଚଶିକ୍ଷାକୁ ପରିମାର୍ଜିତ କରିବାପାଇଁ ମନ୍ତ୍ରୀ ଡ଼ଃ ଅରୁଣ ସାହୁ ପୁରା ଜୋଶ ଲଗାଇସାରିଲେଣି।ଉନ୍ନତ ପାଠ୍ୟଖସଡ଼ା ହେଉ କିମ୍ବା ଅଧ୍ୟାପକମାନେ କଲେଜରେ ୭ ଘଣ୍ଟା ରହିବା ପାଇଁ ନିର୍ଦେଶ।ଏବେ ପୁଣି ଏକ ନୂଆ ଯୋଜ୍ରନା ଯାହାପାଇଁ ଏବେ ପୁଣିଥରେ ଚର୍ଚ୍ଚାରେ ଡ଼ଃ ସାହୁ
ସରକାରୀ କଲେଜରେ କେମିତି ଚାଲିଛି ପାଠପଢା । ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହାର ସହ ଅଧ୍ୟାପକ ଅଧ୍ୟାପିକାଙ୍କ ଉପସ୍ଥାନ, ଏଥିସହିତ କଲେଜର ବାତାବରଣ ଯାଞ୍ଚ କରିବାକୁ ଆଜି ସରପ୍ରାଇଜ ଭିଜିଟରେ ଯାଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଆଜି ବଡଚଣାସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟରେ ମଧ୍ୟହ୍ନ ପ୍ରାୟ 12ଟା ବେଳେ ପହଁଚିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ । ହଠାତ କଲେଜ ପରିସରକୁ ମନ୍ତ୍ରୀଙ୍କ ଗାଡି ପହଁଚିବା ଦେଖି କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକ ଅଧ୍ୟାପିକାମାନେ ଚିଇଁକି ଉଠିଥିଲେ । ଛାତ୍ରଛାତ୍ରୀମାନେ କିନ୍ତୁ ଉତ୍ସାହିତ ହୋଇପଡିଥିଲେ । ମନ୍ତ୍ରୀ ମହୋଦୟଙ୍କ ଶିକ୍ଷା ପ୍ରତି ଦୁର୍ବଳତା ଥିବାରୁ ସେ ପ୍ରଥମେ ଶ୍ରେଣୀଗୃହକୁ ପ୍ରବେଶ କଲେ । ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପାଠପଢା ସଂପର୍କରେ ପଚାରିଲେ । ସେ ସମୟରେ ସେ ପୁରା ଅଧ୍ୟାପକ ଭୂମିକାକୁ ଚାଲିଆସିଥିଲେ । ତାପରେ ଆରମ୍ଭ ହେଲା ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଟ୍ୟୁସନ । କଲେଜ ପରିସରରେ ଶୈଖିକ ବାତାବରଣ ସୃଷ୍ଟି କରାଯିବା, ଛାତ୍ରଛାତ୍ରୀଙ୍କର ପାଠ ପ୍ରତି ଆଗ୍ରହ ସୃଷ୍ଟି କରିବା, କଲେଜ ପରିସରକୁ ସଫାସୁତୁରା ରଖିବା ଆଦି ପ୍ରସଙ୍ଗରେ ସେ କଲେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ଏଥିସହିତ ଛାତ୍ରଛାତ୍ରୀଙ୍କର ପାଠ ସହ କିଭଳି ସାଧାରଣ ଜ୍ଞାନ ବୃଦ୍ଧି ପାଇବ ସେନେଇ ମଧ୍ୟ ଅଧ୍ୟାପକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଥିଲେ । ଠିକ ସମୟରେ ପରୀକ୍ଷା ଏବଂ ପରୀକ୍ଷାର ଯଥେଷ୍ଟ ପୂର୍ବରୁ କୋର୍ସ ସାରିବା ଉପରେ ବିଭାଗୀୟ ମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି ।
ନିକଟରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀପରିଷଦ ବୈଠକରେ ସବୁ ମନ୍ତ୍ରୀଙ୍କୁ ବ୍ୟାପକ ଟୁର କରିବା ସହ ସରପ୍ରାଇଜ ଭିଜିଟ କରିବାକୁ ପରାମର୍ଶ ଦେଇଥିଲେ । ଏହାଦ୍ବାରା ବିଭାଗ ସମ୍ପର୍କରେ ଅଧିକ ଜ୍ଞାନ ଆହରଣ ହେ ବ ଏବଂ ତାହା କାର୍ଯ୍ୟରେ ପ୍ରତିଫଳିତ ହେବ ।