ଚମ୍ପୁଆ ଜଙ୍ଗଲରେ ଉତ୍ପାତ ଜାରି ରଖିଛନ୍ତି ହାତୀ
କେନ୍ଦୁଝର----- ଗଜରାଜଙ୍କର ଏବେ ବି ଚାଲିଛି ଦାଦାଗିରି । ସଞ୍ଜ ନଇଁଲେ ମାଡି ଆସୁଛନ୍ତି ଜଙ୍ଗଲି ହାତୀ ପଲ । ଦିନେ ନୁହଁ କି ଦୁଇ ଦିନ ନୁହଁ । ଦେଢମାସ ହେବ କେନ୍ଦୁଝର ସଦର ଏବଂ ଚମ୍ପୁଆ ବନାଞଳରେ ଉତ୍ପାତ ଜାରି ରଖିଛି ଦନ୍ତା ହାତୀ ପଲ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ହାତୀ ଆକ୍ରମଣରେ ସ୍ଥାନୀୟ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ହାତୀ ପଲ ୧୫୦ରୁ ଅଧିକ ଘରଦ୍ୱାର ଭାଙ୍ଗି ନଷ୍ଟ କରିଦେବା ପରେ ଏବେ ଗଛ ଉପରେ ମଞ୍ଚା କରି ଜୀବନ ରକ୍ଷା କରୁଥିବା ଗ୍ରାମବାସୀ ମାନେ କହିଛନ୍ତି ।
କନ୍ଧମାଳ ମନୋଜ କୁମାର ପଣ୍ଡା