ଦାସିଆ ବାଉରି ପୀଠରୁ ତୁଳସି ଶ୍ରୀକ୍ଷେତ୍ର ଗଲା
ଡେଲାଙ୍ଗ ---ଦାସିଆ ବାଉରି ପୀଠରୁ କାହିଁ କେଉଁ କାଳରୁ ପ୍ରଚଳିତ ବିଶ୍ୱ ପ୍ରସିଦ୍ଦ ଘୋଷ ରଥଯାତ୍ରା ଉପଲକ୍ଷେ ଶ୍ରୀଫଳ ( ନଡିଆ)ଓ ତୁଳସି, ପଦ୍ମଫୁଲ ସହିତ ନଦୀଆ ସଂକୀର୍ତ୍ତନ ଦଳ ଗୁରୁବାର ସକାଳେ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି । ଦାସିଆ ଜଗନ୍ନାଥଙ୍କର ପରମ ଭକ୍ତ ଭାବେ ବେଶ ଜଗନ୍ନାଥ ଇତିହାସ ପୁଷ୍ଠାରୁ ଜଣାପଡେ । ଦାସିଆ ପଠେଇଥିବା ନଡିଆକୁ ଜଗନ୍ନାଥ ନିଜେ ରନ୍ନସିଂହାସନ ରୁ ହାତ ବଡେଇ ଅରୁଣସ୍ଥମ୍ବ ପାଖରୁ ନେଇଯାଇଥିଲେ ବୋଲି ଜଗନ୍ନାଥ ସଂସ୍ଳୃତି ରେ ଲିପିବଦ୍ଧ ହୋଇ ରହିଛି । ଭକ୍ତର କଥାକୁ ମନେ ପକାଇ ବା ତାଙ୍କର ସ୍ମୁତିକୁ ମନେ ରଖିବା ପାଇଁ ପ୍ରତିବର୍ଷ ରଥଯାତ୍ରା ସମୟରେ ପୀଠରୁ ତୁଳସି, ପଦ୍ମଫୁଲ ସହିତ ନଡିଆ ଭୋଗ ଲାଗିବା ପାଇଁ ଏକ ନଦିଆ ସଂକୀର୍ତ୍ତନ ମଣ୍ଡଳି ସହ ପୁରୀ ଯାଇଥାନ୍ତି । ଗୁରୁବାର ସକାଳ ୭ଟା ସମୟରେ ସନ୍ଥ ରାମ ନାରାୟଣ ଦାସ (ତୁଳସୀ ବାବା) ଙ୍କ ନେତୃତ୍ୱରେ ଦାସିଆ ବାଉରି ପୀଠରେ ଥିବା ତୁଳସି ବଗିଚାର ରକ୍ଷଣବେକ୍ଷଣ କରୁଥିବା କବିନ୍ଦ୍ର ବେହେରା , ଗ୍ରାମବାସୀ ଓ ଜଗନ୍ନାଥ ପ୍ରେମୀଙ୍କ ସହ ଏକ ନଦିଆ ସଂକୀର୍ତ୍ତନ ମଣ୍ଡଳୀ ସହ ପୁରୀ ଯାତ୍ରା କରିଛନ୍ତି । ପ୍ରଥମେ ଦାସିଆ ବାଉରି ପୀଠ , ମଠ ଓ ପାଖରେ ଥିବା ଜଗନ୍ନାଥ ମନ୍ଦିର ସମ୍ମୁଖରେ ଏହି ତୁଳସି, ପଦ୍ମଫୁଲ, ନଡିଆ ପରିକ୍ରମା କରିବା ସମୟରେ ଉପସ୍ଥିତ ଗ୍ରାମବାସୀ ମାନେ ହରିବୋଲ, ହୁଳହୁଳି ସହିତ ଜୟ ଜଗନ୍ନାଥରେ ଅଞ୍ଚଳ କମ୍ପିଉଠିଥିଲା । ତାପରେ ଗ୍ରାମ ପରିକ୍ରମା କରି ପୁରୀ ଅଭିମୁଖେ ଯାତ୍ରା କରିଥିଲେ । ପୀଠ ଓ ମଠ ପରିସରରେ ଥିବା ପୋଖରୀରେ ଦାସିଆ ତାଙ୍କ ସ୍ତ୍ରୀଙ୍କୁ ରଥଯାତ୍ରା ଦେଖାଇଥିବାର ଜନ ମାନସରେ ଥିବାରୁ ଆଜି ସେହି ପବିତ୍ର ପୋଖରୀ ପାଣିରେ ବୁଡ ପକାଇଲେ କୋଟି ପୁଣ୍ୟ ଫଳ ମିଳେ ବୋଲି ଆଜିବି ବିଶ୍ୱାସ ଅଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି