Breaking News

ରାସ୍ତା କରରେ ପଡିଛି ବିଦ୍ୟୁତ କେବୁଲ ତାର ଓ ବିଦ୍ୟୁତ ଖୁଣ୍ଠ



ସାକ୍ଷୀଗୋପାଳ----- ସାମୁଦ୍ରିକ ବାତ୍ୟା ଯିବାର ତିନିମାସ କୁ ପାଞ୍ଚଦିନ ବାକି ଥିବା ବେଳେ ଏବେବି ସତ୍ୟବାଦୀ ବଜାରରେ ପଡିଛି ବିଦ୍ୟୁତ ବେକୁଲତାର ଓ ଲୁହା ଖୁଣ୍ଠ  । ଯାହା ଫଳରେକି ଗାଡି ମଟର ଯିବା ଆସିବାରେ ବାଧା ସୃଷ୍ଟି ହୋଉଛି । ବଜାର ମଧ୍ୟରେ ବିଦ୍ୟୁତ ବିଭାଗ ପକ୍ଷରୁ ମନଇଛା ବିଦ୍ୟୁତ ଖୁଣ୍ଠ ପକାଯାଇଛି । କାମର ନାଁ ଗନ୍ଧ ଧରୁନାହାନ୍ତି । ଯେତେବେଳେ ବିଦ୍ୟୁତ ବିଭାଗର କର୍ମଚାରୀଙ୍କୁ ଏ ସମ୍ପର୍କରେ ପଚାରିଲେ ସେ କହନ୍ତି ସମୟ ନାହିଁ  । ଅନ୍ୟ ପଟେ କାମ ଚାଲିଛି କାମ ସରୁ  । ଅନ୍ୟପକ୍ଷେ ବାତ୍ୟା ସମୟରେ ଯେଉଁ ବିଦ୍ୟୁତ ଖୁଣ୍ଠ ଗୁଡିକ ପୋତା ଯାଇଥିଲା ତାହା ଏବେ ବିପଦ ପୂର୍ଣ୍ଣ ଅବସ୍ଥା  । ସେ ଖୁଣ୍ଠରେ ବିଦ୍ୟୁତ ବିଭାଗର କର୍ମଚାରୀ ଚଡିକି କାମ କରିବାକୁ ଭୟ କରୁଛନ୍ତି ।  ସାକ୍ଷୀଗୋପାଳ ମନ୍ଦିର ରାସ୍ତାର ଚନ୍ଦନପୋଖରୀ ଉପରେ ଥିବା ଏକ ଖୁଣ୍ଠ ନଇଁ ଯିବାରୁ ବିଦ୍ୟୁତ କେବୁଲ ତାର ରାସ୍ତା ଉପରେ ଓହଳିକି ରହିଥିଲା  । ଏକ ତୀର୍ଥଯାତ୍ରୀ ବସରେ ଉକ୍ତ ତାର ଲାଗିଯିବାରୁ ତାରଟି ଛିଣ୍ଡିଯାଇଥିଲା  । ବସରେ ଥିବା ପ୍ରାୟ ୫୦ ଜଣ ତୀର୍ଥଯାତ୍ରୀ ଅଳ୍ପକେ ରକ୍ଷା ପାଇଯାଇଥିଲେ  । ତାପରେ ପରେ ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ତାରଟିକୁ କାଟି ଦେଇ ରାସ୍ତା କରରେ ପିଙ୍ଗି ଦେଇଛନ୍ତି । ଏହି ତାରରେ ଥିବା ପ୍ରାୟ ୪୦ ଜଣ ବିଦ୍ୟୁତ ଗ୍ରାହକଙ୍କୁ ପାଖରେ ଥିବା ଟ୍ରାନ୍ସସଫରମରୁ ସଂଯୋଗ କାଟି ଦେଇ ପ୍ରାୟ ୫ଶହ ମିଟର ସୂରରେ ଥିବା ଅର୍ଥାତ ସାକ୍ଷୀଗୋପାଳ ମନ୍ଦିର ନିକଟରେ ଥିବା ଟ୍ରାନ୍ସଫରମର ସହିତ ସଂଯୋଗ କରିଦିଆଗଲା  । ସେ ସମୟରେ ବିଦ୍ୟୁତ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ କେବୁଲତାର ନୁଆ ଲଗାଯିବ  । ମାତ୍ର କେବୁଲ ତାର ଛିଣ୍ଡିବା ଏକମାସ ପରେ ବି କେହି ଏକଥା ଶୁଣୁନାହାନ୍ତି ବୋଲି ବିଦଉ୍ୟତ ବିଭାଗର ଲାଇନିମ୍ୟାନ କହନ୍ତି । ଯାହା ଫଳରେକି ଲୋ ଭୋଲଟେଜର ସମସ୍ୟା ଏଠାରେ ଦେଖାଦେଇଛି ବୋଲି ସେ କହନ୍ତି । ବିଦ୍ୟୁତ ବିଭାଗର ଏସଡିଓ ଓ ଜେଇ କହନ୍ତି କେବୁଲ ତାର ନାହିଁ ଆସିଲେ  ଲାଗିବ ବୋଲି କହନ୍ତି । ଅନ୍ୟ ପକ୍ଷେ ବିଦ୍ୟୁତ ବିଭାଗର ଜିଲ୍ଲା ଅଧିକାରୀ ମାନେ ବଡ ବଡ କଥା କହି ମିଥ୍ୟା ଖବର ଜିଲ୍ଲାପାଳଙ୍କୁ ଦେଇଥିବା ଜଣାପଡିଛି । ତୁରନ୍ତ ଜିଲ୍ଳାପାଳ ରାସ୍ତା କରରେ ପଡିଥିବା କେବୁଲ ତାର ହଟାଇବା ସହ ନୂତନ ବିଦ୍ୟୁତ କେବୁଲ ତାର ସଂଯୋଗ କରିବା ପାଇଁ ବ୍ୟବସାୟୀ ମାନେ ନିବେଦନ କରିଛନ୍ତି  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts