Breaking News

ନଂ୫୯ ଜାତୀୟ ରାଜପଥ ଉପରେ ଗୋରୁ ଗୋଠ , ପ୍ରଶାସନ ଚୁପ

ବାଲିଗୁଡା ----ବାଲିଗୁଡା ଦେଇ  ଗୋପାଳପୁର----ରାୟପୁର ଜାତୀୟ ରାଜପଥନଂ ୫୯ ଯାଇଛି ।  ମାତ୍ର ଏହି ରାସ୍ତାର ବାଲିଗୁଡା କଲେଜ , କୋର୍ଟ ଓ ପି ଡ୍ଯୁ ଡି ଛକରେ ଶହ ଶହ ସଂଖ୍ଯାରେ ବୁଲା  ଗାଈ , ଷଣ୍ଢ ମାନଙ୍କର  ବାସସ୍ଥଳୀ ପାଲଟିଛି । ଯାହା ଫଳରେ ପ୍ରତିଦିନ ଦୁର୍ଘଟଣା ମାନ ଘଟୁଥିବାର  ଜଣାପଡିଛି ।
ବାଲିଗୁଡା ସହର ଦେଇ ଜାତୀୟ ରାଜପଥନଂ ୫୯ରେ ଦିନ କୁ ଶହ ଶହ ଗାଡି ଏହି ରାସ୍ତା ରେ ଯିବା ଆସିବା କରେ  । ଏହି ରାସ୍ତା ରେ ମାଳ ମାଳ ଗାଈ ରାସ୍ତା ଉପରେ  ଶୋଇ ଥିବାର ଦେଖି ବାକୁ ମିଳେ । ବାଲିଗୂଡାର ଏହି ରାସ୍ତାକୁ ସଂଯୋଗ କରୁଥିବା  ସବୁ ଛକରେ ଗାଈ ଗୁଡିକ ଗାଇ ଗୋଠେ ଭଳି ଶୋଇ ଥାନ୍ତି । ଯାହା ଫଳରେକି  ଗାଡି ଗୁଡିକ ଯିବା ଆସିବା ସମୟ ରେ କେତେ ବେଳେ ଗାଈ କୁ ଧକା ଦେଇ ଗାଡି ଚାଲକ ଆହାତ ତ ଆଉ କେତେ ବେଳେ ରାସ୍ତାତଳକୁ ଓଲଟି ପଡିଥାନ୍ତି । ସେହିପରି ମଟର ସାଇକେଲ  ଚାଳକ ମାନେ ଗାଇ ଦେହରେ ପିଟି ହୋଇ ରାସ୍ତାରେ ପଡି  ଆହାତ ହୋଉଥିବାର ନଜର ରହିଛି । ଛୋଟ ଛୋଟ ପିଲା ମାନେ ସନ୍ଧ୍ୟା ସମୟ ରେ ଟିଉସାନ ଯିବା ସମୟରେ ରାସ୍ତାରେ ଆଲୋକ ନ ଥିବାରୁ ଗାଈ ସହ ଧକା ହୋଇ ଆହାତ ହୋଇ ଥାନ୍ତି  । ଏହି ଗାଈ ମାନଙ୍କ ଯୋଗୁ ଦୁର୍ଙଟଣା ଘଟି ଧନ ଜୀବନ ଯାଇଥିବାର ପୋଲିସ ଫାଇଲିରେ ରହିଛି । ଲୋକ ମରିଗଲାପରେ ପୋଲିସ ଏକ କେସରୁଜ କରି ଶବ ବ୍ଯବଛେଦ କରି ଦେବାପରେ ଫାଇଲି ବନ୍ଦ ହୋଇଯାଏ । ମାତ୍ର ରାସ୍ତା ଉପରେ ବେଆଇନ ଭାବେ ଗାଇ ମାନଙ୍କୁ ଛାଡୁଥିବା ମାଲିକ ମାନଙ୍କ ବିରୁଧରେ ପ୍ରଶାସନ କ'ଣ ପାଇଁ ଚୂପ ରହୃଛି ତାହା ଜଣା ପଡୁନାହିଁ ।  ସେହିପରି ରାସ୍ତା ଉପରେ ଶୋଇଥିବା ଗାଈ ଗୂଡିକ ମଧ୍ଯ ବଡ ବଡ ଗାଡି ଧକ୍କାରେ ମୃତ୍ଯୁ ମୁଖରେ ପଡୁଥିବା ବେଳେ ଅନେକ ସମୟରେ ଆହତ ହୋଇ ପଡୂଛନ୍ତି । ତୁରନ୍ତ ରାଜପଥ ଊପର ଗାଈ ଗୋଠକୁ ହଟାଇବା ପାଇଁ ଜନସାଧାରଣ ଙ୍କ  ପକ୍ଷରୁ ପ୍ରଶାସନ ପାଖରେ ଦାବି ହୋଇଛି ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive

Popular Posts