Breaking News

ମଦ ବ୍ୟବସାୟୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ ମାରିବା ଓ ହତ୍ଯା ଧମକ; ଥାନାରେ ଅଭିଯୋଗ


ଦାରିଙ୍ଗବାଡି ------ କନ୍ଧମାଳ ଜିଲ୍ଲାରେ ମଦ ବ୍ଯବସାଯୀ ମାନଙ୍କର ଦାଦା ଗିରି ବଡିବାରେ ଲାଗିଛି । ମଦ ବେପାରି ମାନେ ଏବେ ପ୍ରଶାସନକୁ କିଣି ନେଇଛନ୍ତି ବୋଲି ଜନସାଧାରଣରେ ଆଲୋଚନା ହୋଉଛି । ସୁଚନା  ଥାଉକି ଦାରିଙ୍ଗବାଡ଼ି ବ୍ଲକରେ କାର୍ଯ୍ୟରତ କଳିଙ୍ଗ ଟିଭି ଗଣମାଧ୍ୟମ ପ୍ରତିନିଧିଙ୍କୁ ବୁଡ଼ାଗୁଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ଅବହେଳା ନେଇ ଖବର ପ୍ରକାଶକୁ କେନ୍ଦ୍ର କରି ବୁଡ଼ାଗୁଡ଼ା ଗ୍ରାମର ଜଣେ ମଦ ବ୍ୟବସାୟୀ ସହିତ ଆଉ ଜଣେ ବ୍ୟକ୍ତି ଗୁରୁବାର ଦିନ  ଅଶ୍ଳୀଳ ଭାଷାରେ ଗଳି ଗୁଲଜ କରିବା ସହ ମାଡ଼ ମାରିଥିଲେ । ଏଥୀରେ ସେମାନଙ୍କ ରାଗ ବୁଝି ନ ଥୀଲା ଯେ ଜୀବନରେ ମାରିଦେବାକୁ ଧମକ ଦେଇ ଥିଲେ । ଏହି ଘଟଣାରେ ଗଣମାଧ୍ୟମ ପ୍ରତିନିଧି ସୁଶାନ୍ତ କୁମାର ସାହୁ ଆଜି ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣା ପଡ଼ିଛି । କିଛିଦିନ ପୁର୍ବେ ବୁଡ଼ାଗୁଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ବିପର୍ଯ୍ୟସ୍ତ ନେଇ ବିଭିନ୍ନ ବ୍ୟଦ୍ୟୁତିକ ଓ ମୁଦ୍ରଣ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା  । ଏହି ଘଟଣାରେ ବ୍ଲକରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ସୁଶାନ୍ତ କୁମାର ସାହୁ ବୁଡ଼ାଗୁଡ଼ା ଗ୍ରାମରେ ରହୁଥିବାରୁ ତାଙ୍କ ଉପରେ ଏହାର ପ୍ରତିଶୋଧ ନେବାପାଇଁ ଉକ୍ତ ଗ୍ରାମର ଦୁଇଜଣ ବ୍ୟକ୍ତି ଅଭିମନ୍ୟୁ ପାତ୍ର(ମନୁ) ଓ ଭଙ୍ଗ ପାତ୍ରଙ୍କୁ ହାତକରି ଆକ୍ରମଣର ଯୋଜନା କରିଥିଲେ । ଗତ କାଲି ସନ୍ଧ୍ୟା ପ୍ରାୟ ୮ଘଣ୍ଟା ସମୟରେ ଉକ୍ତ ଦୁଇଜଣ ସୁଶାନ୍ତଙ୍କ ଘରେ ପହଞ୍ଚି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ କବାଟ ଭାଙ୍ଗି ଘରୁ ଘୋସାରି ଆଣି ଦାଣ୍ଡରେ ନିସ୍ତୁକ ମାରିଥିଲେ । ମାରିବାକୁ ଧମକଦେଇଥିଲେ । ଆଜି ସୁଶାନ୍ତ ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି । ଅଭିଯୋଗକୁ ଭିତ୍ତିକରି କେଶ ନଂ-୯୨/୨୦୧୯ରେ ମକଦମା ରୁଜୁକରି ତଦନ୍ତ ଚଳାଇଥିବା ଜଣା ପଡ଼ିଛି । ଏହି ଘଟଣାରେ ଦାରିଙ୍ଗବାଡ଼ି ବ୍ଳକ ସାମ୍ବାଦିକ ସଙ୍ଘ ଘଟଣାକୁ ନିନ୍ଦା କରିବା ସହିତ ଦୋଷୀଙ୍କ ବିରୋଧରେ ଦୃଡ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରେମଚାନ୍ଦ ସିଂ, ରାକେଶ ସାହୁ, ତରଣୀ କୁମାର ସାହୁ, ପ୍ରିୟବ୍ରତ ସାହୁ ଓ ଅରୁଣ ସାହୁ ଦାବୀ କରିଛନ୍ତି । ଖବର ଲୈଖା ହେବା ବେଳକୁ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇନାହିଁ ।
କନ୍ଧମାଳରୁ ମନୋଝ କୂମାର ପଣ୍ଡା

Blog Archive

Popular Posts