ବସଷ୍ଟାଣ୍ଡ ଠାରୁ ମନ୍ଦିର ଯିବା ରାସ୍ତାରେ ଗଦା ହୋଇଛି ଇଟା, ବାଲି,ଗୋଡି ଓ କୁଢ଼ କୁଢ଼ ଅଳିଆ; ପ୍ରଶାସନ ନିରବ
ସାକ୍ଷୀଗୋପାଳ --- ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ମନ୍ଦିର ଯିବା ରାସ୍ତାରେ ଅନେକ ଯାଗାରେ ଗଦା ହୋଇଛି ଇଟା, ଗୋଡି ,ବାଲି ଓ କୁଢ଼ କୁଢ଼ ଅଳିଆଗଦା ଯାହାକି ଯିବା ଆସିବାରେ ବ୍ୟାଘତ ସୃଷ୍ଟି ହୋଉଛି ବୋଲି ଜନସାଧାରଣ ଅଭିଯୋଗ କରନ୍ତି । ସୁଚନାଯୋଗ୍ୟ ଯେ ପ୍ରତିଦିନ ସାକ୍ଷୀଗୋପିନାଥ ମନ୍ଦିରକୁ ଶହ ଶହ ସଂଖ୍ୟାରେ ବିଭିନ୍ନ ରାଜ୍ୟରୁ ଦର୍ଶନାଥୀ ଗାଡି ମଟର ଯୋଗେ ଆସିଥାନ୍ତି । ବାତ୍ୟା ଯିବା ପରେ ରାସ୍ତା ଉପରେ ଯୋର ଜବର ଦସ୍ତ ଗୋଡି, ବାଲି, ଇଟା ଗଦାଇ ରଖିଛନ୍ତି । ଯାହାକି ଗାଡି ମଟର ଯିବା ଆସିବା ସମୟରେ ଟ୍ରାଫିକ ଜାମ ହୋଇ ଯାଉଛି । ଅନ୍ୟ ପକ୍ଷେ ରାସ୍ତା ଉପରେ ଜମା ହୋଇଥିବା ପାଣି ଛିଟିକାକୁ ନେଇ ବଚସା ଓ ପାଟିତୁଣ୍ଡ ହୋଉଛି । ଏଥିଯୋଗୁ ବାହାର ରାଜ୍ୟରୁ ଆସୁଥିବା ଗାଡି ଡ୍ରାଇଭର ମାନେ ସାକ୍ଷୀଗୋପାଳ ମନ୍ଦିରକୁ ଆସିବାକୁ ରାଜି ହୋଉନାହାନ୍ତି । ଯାହା ଫଳରେକି ଦର୍ଶାନିଥୀ ମାନେ ସାକ୍ଷୀଗୋପିନାଥଙ୍କୁ ଦର୍ଶନରୁ ବଞ୍ଚିତ ହୋଉଛନ୍ତି ବୋଲି ମନ୍ଦିର ସେବାୟତ ମାନେ କହନ୍ତି । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ପୁରୀକୁ ଶହ ଶହ ଯ୍ରାତ୍ରୀ ମାନଙ୍କର ସମାଗମ ହୋଇଛି । ଯାତ୍ରୀ ମାନେ ପୁରୀରୁ ଫେରିବା ସମୟରେ ସାକ୍ଷୀଗୋପୀନାଥଙ୍କୁ ଦର୍ଶନ କରି ବା ସାକ୍ଷୀ ଦେଇ ଫେରି ଥାନ୍ତି । ଏଣୁ ତୁରନ୍ତ ରାସ୍ତା ଉପରୁ ଜମା ହୋଇଥିବା ବାଲି ଗୋଡି ହଟାଇବାକୁ ପ୍ରଶାସନ ନିକଟରେ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଉଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି