ସତ୍ୟବାଦୀରେ ସାମ୍ବାଦିକଙ୍କୁ ଆକ୍ରମଣ; ଥାନାରେ ଅଭିଯୋଗ
ସାକ୍ଷୀଗୋପାଳ--- ସତ୍ୟବାଦୀରେ ଶୁକ୍ରବାର ଅପରାହ୍ନ ୩ଟା ସମୟରେ ଜଣେ ସାମ୍ବାଦିକଙ୍କ ଉପରେ ଜଣେ ମଦୁଆ ଆକ୍ରମଣ କରିଛି । ଏ ସମ୍ପର୍କରେ ସତ୍ୟବାଦୀ ଥାନାରେ ସାମ୍ବାଦିକ ଜଣଙ୍କ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ସତ୍ୟବାଦୀ ଥାନା ଜୟପୁର ଗ୍ରାମର ଅମର ଶତପଥୀ ସାମ୍ବାଦିକ ଅଟନ୍ତି । ସେ ଖବର ସଂଗ୍ରହ ପାଇଁ ନିଜ ଘରୁ ମଟର ସାଇକେଲ ଯୋଗେ ଅନ୍ୟ ଗ୍ରାମକୁ ଯାଉଥିଲେ । ସେହି ସମୟରେ ଉକ୍ତ ଗ୍ରାମର ହରିହର ବେହେରା ରାସ୍ତା ମଝିରେ ଅଟକାଇ ଅସଭ୍ୟ ଭାଷାରେ ଗାଳି ମନ୍ଦ କରିବା ସହ ତଳେ ପକାଇ ମାଡ ମାରିଥିଲା । ତାଙ୍କ ପାଖରେ ଥିବା ସାମ୍ବାଦିକ ପରିଚୟ ପତ୍ରକୁ ତାଙ୍କ ବେକରୁ ଭିଡିକି ନେଇ ଯାଇଥିଲା । ତାପରେ ତଳେ ପକାଇ ମାଡି ମାରିଥିଲା । ଜିବନରେ ମାରି ଦେବାପାଇଁ ଘରୁ କାଠ ଫାଳିଆ ଆଣିବାକୁ ଯିବା ସମୟରେ ନିଜ ଜୀବନ ବଞ୍ଚାଇ ସେଠାରୁ ପଳାଇ ଆସିଥିଲେ ବୋଲି ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସେ ଦାବି କରିଛନ୍ତି । ଏହି ଘଟଣାକୁ ସ୍ଥାନୀୟ ସାମ୍ବାଦିକ ମାନଙ୍କ ପକ୍ଷରୁ ନିନ୍ଦା କରାଯିବା ସହ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସାଧାରଣରେ ଦାବୀ ହେଉଛି । ନଚେତ ଆଗାମୀ ଦିନରେ ସତ୍ୟବାଦୀ ସାମ୍ବାଦିକ ମାନଙ୍କ ସହ ବିଭିନ୍ନ ସମ୍ବାଦିକ ସଂଘ ରାଜ ରାସ୍ତାକୁ ଓହ୍ଳାଇବେ ବୋଲି କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି