ଜିଲ୍ଲା ମହିଳା ମହାସଂଘ ୧୦ ହଜାର ଶ୍ରଦ୍ଧାଳୁଙ୍କୁ ସେବା ଯୋଗାଇଲା
ପୁରୀ--- ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୁରୀ ସହର ଚଳ ଚଞ୍ଚଳ ହୋଇଉଠିଛି । ପ୍ରତି ବର୍ଷ ଭଳି ରଥଯାତ୍ରାକୁ ଲକ୍ଷ ଲକ୍ଷ ଲୋକଙ୍କର ସମାଗମ ହୋଇଥାଏ । ଏହାକୁ ନଜର କରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀ ଜଗନ୍ନାଥ ଜିଲ୍ଲା ସ୍ଥରୀୟ ମହିଳା ମହାସଂଘ ପୁରୀ ପକ୍ଷରୁ ୧୦ ହଜାର ଶ୍ରଦ୍ଧାଳୁଙ୍କୁ ମାଗଣାରେ ଅନ୍ନ ପ୍ରସାଦ ବିତରଣ କରାଯାଇଥିଲା । ଏହା ସହିତ ପ୍ରାୟ ୫ ହଜାର ମହିଳା ପୁରୁଷ, ଛୋଟପିଲାଙ୍କୁ ସେବା ଯୋଗାଇ ଦିଆଯାଇଥିଲା । ପୁରୀ ଦିଗବାରଣଖୁଣ୍ଠି ପାଖରେ ଏହି ସେବା କେନ୍ଦ୍ର ଖୋଲାଯାଇଥିଲା । ପ୍ରଥମେ ରନ୍ଦାଖାଦ୍ୟକୁ ଜିଲ୍ଲା ଫୁଡ ଇନିସିପେକ୍ଟର ଯାଞ୍ଚ କରିବା ସହ ଶ୍ରଦ୍ଧାଳୁ ମାନଙ୍କୁ ବିତରଣ କରି ଶୁଭାରମ୍ଭ କରିଥିଲେ । ଏହି ସେବା କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାର ବିଭିନ୍ନ କର୍ମକର୍ତ୍ତା ମାନଙ୍କ ସହିତ ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତି ସାହୁ ଓ ସଭାନେତ୍ରୀ ବିଦ୍ୟୁଲତା ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଧୀରେନ୍ଦ୍ର ସେନାପତି
ଧୀରେନ୍ଦ୍ର ସେନାପତି