Breaking News

ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜାର ଦ୍ଵୀତୀୟ ଦିବସ ; ସୀତାରମ ଛକ ପୂଜା ମଣ୍ଡପର ମୁଖ୍ୟ ଆକର୍ଷଣ କୃଷ୍ଣ ସୁଦାମା ଏବଂ ଶ୍ରୀ ଚୈତ୍ୟନ ମହାପ୍ରଭୁ



ଜଟଣୀ :-- ଗଣେଶ ପୂଜାକୁ ନେଇ ଚଳଚଞ୍ଚଳ ଜଟଣୀ ସହର I ଜଟଣୀ ସୀତାରମ ଛକ ପୂଜା କମିଟିର ଜୋରଦାର ପ୍ରସ୍ତୁତି । ଚଳିତ ବର୍ଷ ଭାରତରେ ଭକ୍ତିବାଦର ପ୍ରଚାରକ ତଥା ଓଡ଼ିଆ ଜାତିର ପାର୍ଷଦ ଜନନାୟକ ଶ୍ରୀ ଚୈତ୍ୟନ ମହାପ୍ରଭୁଙ୍କ ଶ୍ରୀକୃଷ୍ଣ ପ୍ରେମ ଏବଂ କୃଷ୍ଣ ସୁଦାମା ସଂସ୍କୃତି  ଉପରେ ଆଧାରିତ ମଣ୍ଡପ ଦର୍ଶକଙ୍କୁ ଆକୃଷ୍ଟ କରୁଛି। ସଂଘର ସଭାପତି ରମେଶ ଚନ୍ଦ୍ର ମହାପାତ୍ର କୁହନ୍ତି ଯେ ବ୍ରିଟିଶ ଶାସନ ସମୟରେ ଜଟଣୀରେ ରେଲୱେର ସମ୍ପ୍ରସାରଣ ହେବା ପରେ ବ୍ୟବସାୟୀ ସୀତାରାମ ବାବୁ,ହୃଷି ସାହୁ, କଣ୍ଠ ପାତ୍ର ଙ୍କ ମିଳିତ ଉଦ୍ୟମରେ ଏଠାରେ ବିଘ୍ନରାଜଙ୍କ ପୂଜା ଆରମ୍ଭ କରାଯାଇଥିଲା। ସୀତାରାମ ବାବୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ଛକର ନାମକୁ ସୀତାରାମଛକ ନାମରେ ନାମିତ କରାଯାଇଛି । ପରବର୍ତ୍ତୀ ସମୟରେ ବହୁ ବ୍ୟବସାୟୀଙ୍କ ସହଯୋଗରେ ଅଧିକରୁ ଅଧିକ ସହଯୋଗରେ ସ୍ଥାନୀୟ ବ୍ୟବସାୟୀ ଭାଇମାନଙ୍କ ସ୍ଵ ଇଛା ଦାନରେ ଅଧିକରୁ ଅଧିକ ସାଜସଜ୍ଜା ହୋଇ ପୂଜା ହୋଇଆସୁଅଛି। ଚଳିତ ବର୍ଷ ଏହିକମିଟି ସ୍ଵତନ୍ତ୍ର ଭାବେ ଭାରତ ବର୍ଷର ଭକ୍ତି ବାଦର ପ୍ରଚାରକ ଶ୍ରୀ ଚୈତ୍ୟନ ମହାପ୍ରଭୁଙ୍କ ଶ୍ରୀକୃଷ୍ଣ ପ୍ରେମ ଓ କୃଷ୍ଣ ସୁଦାମା ବନ୍ଧୁତ୍ୱର ମିଳନ  ଶୈଳୀ ଉପରେ ଫୋଟ ଚିତ୍ର ପଦର୍ଶିତ ହୋଇଥିବା ସ୍ଥଳେ ଗରୁଡ଼ାସନରେ ରାଜାଧୀରାଜ ବେଶରେ ଗଜାନନ ପ୍ରଭୁ ଦର୍ଶନ ଦେଉଥିବା ବେଳେ ମାତା ସରସ୍ଵତୀ ଓ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି । ପ୍ରତ୍ୟେକ ଦିନ ସକାଳ ଆଳତୀ ସାଙ୍ଗକୁ ମିଠା, ଛେନା ସହ ବିଭିନ୍ନ ଫଳ ଭୋଗ ଲାଗିହୁଏ ।  ମଣ୍ଡପରେ ଭାଦ୍ରବ ମାସ ଶୁକ୍ଳ ଚତୁର୍ଦ୍ଦଶୀ ଅନନ୍ତ ବ୍ରତ ଦିନ ସ୍ଵତନ୍ତ୍ର ଭାବେ ଗଜା ବୁଟ, ମୁଗ ସହ ସହବିଭିନ୍ନ ଫଳ ଭୋଗ ଲାଗିହୋଇ ଭକ୍ତଙ୍କ ମଧ୍ୟରେ ବଣ୍ଟନ କରାଯାଏ l ଆହୁରି ମଧ୍ୟ କୁହନ୍ତି ବର୍ତ୍ତମାନ ସମୟରେ ସହରର ବହୁ ପ୍ରତୀକ୍ଷିତ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ଫଳରେ ସୀତାରାମ ଛକର ମେରୁଦଣ୍ଡ ଭାଙ୍ଗିଯାଇଛି।ତଥାପି ସବୁପ୍ରକାର ବାଧାବିଘ୍ନ ମଧ୍ୟରେ ଜଟଣୀ ଓଡ଼ିଶାପ୍ରସିଦ୍ଧ ଗଣେଶ ପୂଜାକୁ ଅଧିକରୁ ଅଧିକ ଆକର୍ଷଣ କରିବାରେ ବ୍ୟବସାୟୀମାନେ ହାର ମାନିନାହାନ୍ତି । ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବାପାଇଁ ଯାଜପୁର ଜାରକା ଓଡ଼ିଶା ପ୍ରସିଦ୍ଧ ହସ୍ତଶିଳ୍ପୀ କାରିଗର ଇନା ଏବଂ ସହଯୋଗୀଙ୍କ  ଦ୍ଵାରା ନିର୍ମିତ ଜାତୀୟ ପକ୍ଷୀ ମୟୁର ସଦୃଶ ତୋରଣ ସହରର ମୁଖ୍ୟ ଆକର୍ଷଣ ବିନ୍ଦୁ ସାଜିଛି। ଗତବର୍ଷତୁଳନାରେ ଚଳିତ ବର୍ଷ ଅଧ‌ିକ ମୂଲ୍ୟରେ ମଣ୍ଡପର ସାଜସଜ୍ଜା ହୋଇଛି। ଯାହା ଆଜି ଦର୍ଶକଙ୍କୁ ବହୁଆକର୍ଷଣ କରୁଛି । ଭିଡ଼କୁ ଦୃଷ୍ଟିରେ ରଖ୍  ପୋଲିସ ପ୍ରଶାସନ ଏବଂ ପୂଜା କମିଟି ତରଫରୁ ଟ୍ରାଫିକ ବ୍ୟବସ୍ଥା ଓ ଶାନ୍ତି ଶୃଙ୍ଖଳାର ସହ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଥିବା ସ୍ଥଳେ ଅନେକ ଦୋକାନ ଘର ଉଚ୍ଛେଦ ପରେ ମଧ୍ୟ  ବ୍ୟବସୟୀମାନଙ୍କ ସହଯୋଗରେ ଚୈତ୍ୟନ ମହାପ୍ରଭୁଙ୍କ ଶ୍ରୀକୃଷ୍ଣ ପ୍ରେମ ଓ କୃଷ୍ଣ ସୁଦାମା ବନ୍ଧୁ ପ୍ରେମ  ମୂଲ୍ୟବୋଧକୁ ନେଇ ପ୍ରସ୍ତୁତ ମଣ୍ଡପ ବୋଲି ସମ୍ପାଦକ ଗିରିଶ ଚରଣ ମହାରଣା ପ୍ରକାଶ କରିଛନ୍ତି। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୮/୮/୨୦୨୫---୯,୪୦ Sakhigopal News,28/8/2025

Blog Archive

Popular Posts