ଡେଲାଙ୍ଗ ଶିକ୍ଷା କାର୍ଯ୍ୟାଳୟରେ ଶ୍ରୀ ଗଣପତିଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା
ଡେଲାଙ୍ଗ - ରେଞ୍ଚସ୍ଥିତ ଡେ଼ଲାଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷା ଅଧିକାରୀ ,କର୍ମଚାରୀ ଓ ସିଆରସିସି ବୃନ୍ଦଙ୍କ ସମ୍ମିଳିତ ସହଯୋଗରେ ଶ୍ରୀ ଗଣପତିଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ହୋଇଯାଇଛି । ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥିରେ ପ୍ରଥମ କରି ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା କରାଯାଇଛି ।ବିଧି ଅନୁଯାୟୀ ସ୍ତୋତ୍ରୀୟ ବ୍ରାହ୍ମଣ ମୁଖ୍ୟ ପଣ୍ଡିତ ସନ୍ତୋଷ କୁମାର ତ୍ରିପାଠୀ, ଆଦିତ୍ୟ କୁମାର ମହାପାତ୍ରଙ୍କ ଦ୍ବାରା କଳସ ସ୍ଥାପନ, ସୂର୍ଯ୍ୟପୂଜା,ମାତୃପୂଜା ଓ ମନ୍ତ୍ରପାଠ ସହ ଚୁଆ, ହଳଦୀ,ଘୃତ,ମହୁ, ଦୁଗ୍ଧ ,ଗୋମୟ ଆଦି ପ୍ରଲେପ ପରେ ବିଗ୍ରହଙ୍କ ମହାସ୍ନାନ,ହୋମପୂଜା ଏବଂ ପ୍ରାଣ ପ୍ରତିଷ୍ଠା କରାଯାଇ ସିଂହାସନରେ ସ୍ଥାପନ କରାଯାଇଥିଲା। ଗୋଷ୍ଠୀ ଶିକ୍ଷା ଅଧିକାରୀ ଶତୃଘ୍ନ ବେହେରା ଏଥିରେ କର୍ତ୍ତା ଭାବେ ଦାୟିତ୍ଵ ନିର୍ବାହ କରିଥିଲେ। ସିଆରସିସି ତପନ କୁମାର ମଲ୍ଲିକ, ଜଗନ୍ନାଥ ପରିଡ଼ା, ପ୍ରଦୀପ୍ତ ବଳିୟାର ସିଂହ, ଦୟାନିଧି ମାର୍ଥା, ସୁଦୀପ୍ତ କୁମାର ପରିଡ଼ା, କୃତିବାସ ପରିଡ଼ା, କ୍ଷେତ୍ରବାସୀ ଆଳୁକ, ସୋମନାଥ ବେହେରା, ଦୁର୍ଯୋଧନ ପ୍ରଧାନ, ମନୋରଞ୍ଜନ ମହାରଣା, ସଂସ୍କୃତି ପ୍ରେମୀ ଶିକ୍ଷକ ଅଭୟ ଚରଣ ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ବିଶ୍ବାଳ, ଜଗୁଆଳି ପ୍ରଫୁଲ୍ଲ ତାଡ଼ ପ୍ରମୁଖ ଏଥିରେ ଉପସ୍ଥିତଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ, ୨୮/୮/୨୦୨୫---୮,୨୫ Sakhigopal News,28/8/2025