ପାଲା ଗାୟକ ସ୍ଵର୍ଗତ ଗୁରୁ କେଳୁଚରଣ ପ୍ରଧାନଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ
ସାକ୍ଷୀଗୋପାଳ --- ଶ୍ରୀ ନିଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦ,ଓଡିଶା ଶାଖା ଅଖଣ୍ଡ ପୁରୀଜିଲା, ଉପଶାଖା ସତ୍ୟବଦୀ ପାଲାଗାୟକ ମଣ୍ଡଳ ର ସଦସ୍ୟ ନିମାପଡା ବ୍ଲକ୍ ଅନ୍ତର୍ଗତ ଗଡଚାନ୍ଦପୁର ନିବାସୀ ଗାୟକ ଶ୍ରୀ ବୈକୁଣ୍ଠ ପ୍ରଧାନଙ୍କ ପିତାଙ୍କର ଦେହାନ୍ତ ହୋଇଯାଇଛି । ସେ ଜଣେ ଉଚକୋଟୀର ପାଲା ଗାୟକ ସ୍ଵର୍ଗତ ଗୁରୁ କେଳୁଚରଣ ପ୍ରଧାନ ଭାବେ ବେଶ ପରିଚିତ ଥିଲେ । ତାଙ୍କର ଏକାଦଶାହ ତିଥି ଉପଲକ୍ଷେ ଏକ ସ୍ମୃତିଚାରଣ ସଭା ନିଜସ୍ୱ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଗାୟକ ଗ୍ଯାନସାଗର ଗୁରୁ ସଚିଦାନନ୍ଦ ମହାପାତ୍ର, ଗାୟକ ଭାଷାରତ୍ନ ଖଗେଶ୍ବର ମାର୍ଥା, ଗାୟକ ତନ୍ମୟ ରମେଶ ଚନ୍ଦ୍ର ସାମନ୍ତରାୟ,ମଣ୍ଡଳ ସଭାପତି ଗାୟକ ବିଶ୍ଵନାଥ ବିଶ୍ଵାଳ,ଗାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ନନ୍ଦକିଶୋର ସେନାପତି, ବଳରାମ ଦାସ,ପୂର୍ଣଚନ୍ଦ୍ର ପଣ୍ଡା, ,ଶ୍ରୀରାମ ସ୍ଵାଇଁ, ଭ୍ରମର ବାରିକ,ସୁଦର୍ଶନ ପ୍ରଧାନ, ଦୂର୍ଯୋଧନ ପ୍ରଧାନ,ବଳରାମ ବେହେରା, ବଳଙ୍ଗା ସଂକୀର୍ତ୍ତନ ମହାମଣ୍ଡଳ ସମ୍ପାଦକ ବାବାଜୀ ପ୍ରଧାନ ଙ୍କ ସମେତ ଅନେକ ପାଲା ଓ ସଂକୀର୍ତ୍ତନ କଳାକାରଙ୍କ ସହିତ ଗ୍ରାମବାସୀ ମାନେ ଉପସ୍ଥିତ ରହି ସ୍ଵର୍ଗତ ଆତ୍ମାଙ୍କ ସ୍ମୃତି ଚାରଣ କରିଥିଲେ ।ସ୍ଵର୍ଗତ ପ୍ରଧାନ ଏକାଧାରାରେ ଜଣେ ପାଲା ଗାୟକ, କବି ,ସମାଜସେବି ,ପରୋପକାରୀ ,ଧର୍ମାତ୍ମା ଭାବରେ ବେଶ୍ ସୁନାମ ଅର୍ଜନ କରିଥିବା ଉପସ୍ଥିତ କଳାକାର ମାନେ ବକ୍ତବ୍ୟ ରଖିଥିଲେ।ଗାୟକ ସଦାଶିବ ବରାଳ ଓ ସମ୍ପାଦକ ରମେଶ ଚନ୍ଦ୍ର ପଲେଇ ସଭାରେ ସଂଯୋଜନା କରିଥିବା ସ୍ଥଳେ ପୁତ୍ରବଧୂ କବୟିତ୍ରୀ ଫୁଲରାଣୀ ପାଳ ସହଯୋଗ ସହିତ ଗାୟକ ତପନ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ ,୨୮/୭/୨୦୨୫---୯,୫୫ Sakhigopal News,28/7/2025