Breaking News

ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଯୈ।ନ ଉତ୍ପୀଡନ ନିବାରଣ ଉପରେ କର୍ମଶାଳ


ସାକ୍ଷୀଗୋପାଳ ---- ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଓଡ଼ିଆ ବିଶ୍ୱବିଦ୍ୟାଳୟ, ସତ୍ୟବାଦୀ ଠାରେ କୁଳପତି ପ୍ରଫେସର ସବିତା ପ୍ରଧାନଙ୍କ ଅଧ୍ୟକ୍ଷତାରେ  "ଯୈ।ନ ଉତ୍ପୀଡନ ନିବାରଣ" ଶୀର୍ଷକ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମଞ୍ଚ ପରିଚାଳନା ଓ ଅତିଥିମାନଙ୍କୁ ମଞ୍ଚକୁ ଆବାହନ କରିଥିଲେ ଡ. ଶର୍ମିଷ୍ଠା ମହାପାତ୍ର। ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରିଥିଲେ ଡ. ସସ୍ମିତା ଜେନା ଓ ରୋଜାଲିନ୍ ରଥ। ଉକ୍ତ କର୍ମଶାଳାରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ବାହ୍ୟ ସଦସ୍ୟ ଶ୍ରୀ ସତ୍ୟବାଦୀ ଦାସ ଯୋଗ ଦେଇ ସେ ତାଙ୍କ ଅଭିଭାଷଣରେ ଦାବୀ ହାସଲ ପାଇଁ ଆତ୍ମହତ୍ୟା ଶେଷ ରାସ୍ତା ନୁହେଁ ବରଂ ସମାଧାନ ପାଇଁ ଶେଷ ସମୟ ପର୍ଯ୍ୟନ୍ତ ଲଢ଼ିବାକୁ ପରାମର୍ଶ ଦେଇଥିଲେ।  ମୁଖ୍ୟବକ୍ତା ରୂପେ ସମାଜସେବୀ ଶ୍ରୀମତୀ ଶୁଭଶ୍ରୀ ଦାସ ଯୋଗଦେଇ ଯୈ।ନ ଉତ୍ପୀଡନ ନିବାରଣ ସମ୍ପର୍କରେ ତାଙ୍କର ଦୀର୍ଘ ତିରିଶି ବର୍ଷର ଅଭିଜ୍ଞତାକୁ ପ୍ରକାଶ କରିଥିଲେ। ସମାଜରେ ସମାନତା ଓ ସଚେତନତା ଭାବ ସୃଷ୍ଟି ହେଲେ ଏଭଳି ସମସ୍ୟାର ଦୂରୀକରଣ କେବଳ ସମ୍ଭବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ। ସରକାରଙ୍କ ବିଭିନ୍ନ ଆଇନ୍ ବିଷୟରେ ତର୍ଜମା କରିଥିଲେ। ଏଥିମଧ୍ୟରୁ ନିର୍ଭୟା ଯୈ।ନ ନିର୍ଯାତନା ଓ ହତ୍ୟାକାଣ୍ଡର ଲୋମହର୍ଷଣକାରୀ ଘଟଣାକୁ ବକ୍ତବ୍ୟ ଛଳରେ ପ୍ରକାଶ କରିଥିଲେ। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ପ୍ରଧାନ ଯୈ।ନ ଉତ୍ପୀଡନର ସଂଜ୍ଞା ଓ ତା'ର ସଚେତନତା ସମ୍ପର୍କରେ ପିଲାମାନଙ୍କୁ ଉଦବୋଧନ ଦେବା ସହିତ, ଏଥିପାଇଁ ପାରିବାରିକ ଶିକ୍ଷା, ସମାଜ ଓ ସଂସ୍କୃତି କିଭଳି ଅନେକାଂଶରେ ଦାୟୀ ତାହା ସୂଚାଇ ଥିଲେ।  ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ. ପ୍ରଦ୍ୟୁମ୍ନ କୁମାର ମିଶ୍ର ଅତିଥି ମାନଙ୍କ ପରିଚୟ ଦେବା ସହ ଯୈ।ନ ଉତ୍ପୀଡନର ବିଭିନ୍ନ କାରଣ ସମ୍ପର୍କରେ ଆଲୋଚନା କରିଥିଲେ। ଶେଷରେ ଆଭ୍ୟନ୍ତରୀଣ କମିଟିର ଅନ୍ୟତମ ସଦସ୍ୟ ଡ. ରାଧା ଗୋବିନ୍ଦ କୁଇଲା ଧନ୍ୟବାଦ ଅର୍ପଣ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୯/୭/୨୦୨୫-----୮,୨୫ Sakhigopal News,29/7/2025

Blog Archive

Popular Posts