Breaking News

ଅପହରଣ କରିବା ପରେ , ମାଲିକ ଗିରଫ


 ଭଂଜନଗର - କାମ କରୁଥିବା ଶ୍ରମିକକୁ ଅପହରଣ, ଲକ୍ଷାଧିକ ଟଙ୍କା ମାଗିବା ସହ ହତ୍ୟା ଧମକ ଅଭିଯୋଗରେ ମାଲିକଙ୍କୁ ଗିରଫ କରିଛି ପୋଲିସ । ୨୭ତାରିଖରେ ତାର ସିଂ ଗ୍ରାମର ଯୁବରାଜ ନାୟକଙ୍କ ପତ୍ନୀ ପ୍ରତୀମା ନାୟକ ତାରସିଂ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଭୁବନେଶ୍ୱର କଳିଙ୍ଗ ନଗର ଅଞ୍ଚଳର ମନୋଜ କୁମାର ସାହୁ, ନିଜ ମାଲିକାନାରେ ଥିବା ଲୀଲା ଫାଉଣ୍ଡେସନରେ ତାଙ୍କ ସ୍ୱାମୀ ଯୁବରାଜ ନାୟକ କାମ କରନ୍ତି । ଏବଂ କିଛି ଦିନ ପୂର୍ବେ ସେ ନିଜ ଗ୍ରାମ ତାର ସିଂ କୁ ଫେରିଥିଲେ । ମାଲିକ ମନୋଜ କୁମାର ତାଙ୍କ ସ୍ୱାମୀଙ୍କୁ ଭୁବନେଶ୍ୱର କର୍ମକ୍ଷେତ୍ରକୁ ଫେରି ଆସିବାକୁ ଫୋନରେ କହିଥିଲେ ଏବଂ ଯଦି ସେ ନ ଆସନ୍ତି ତେବେ ତାଙ୍କୁ ଅପହରଣ କରିବାକୁ ଧମକ ମଧ୍ୟ ଦେଇଥିଲେ । ଗତ ୨୬ତାରିଖ ରାତି ପ୍ରାୟ ସାଢ଼େ ଦଶଟା ସମୟରେ, ଅଭିଯୋଗକାରୀଙ୍କ ସ୍ୱାମୀ ଯୁବରାଜ ଏବଂ ଅନ୍ୟ ଜଣେ ଗ୍ରାମବାସୀ ପରମେଶ୍ୱର ନାଏକ ତାଙ୍କ ଗାଁର ଆରମ୍ଭରେ ଠିଆ ହୋଇଥିଲେ । ସେହି ସମୟରେ ୨ଜଣ ଅଜଣା ବ୍ୟକ୍ତି ଏକ ବାଇକ୍ ରେ ଆସି ଉଭୟଙ୍କୁ ଅପହରଣ କରି ନେଇଥିଲେ । ଏହା ପରେ ଗରୁଡପଥର ଗ୍ରାମର ଏକ ମୋଡ଼ ନିକଟରେ ସେମାନେ ପରମେଶ୍ୱର ନାଏକଙ୍କୁ ଛାଡି ଯୁବରାଜଙ୍କୁ ଏକ କାରରେ ନେଇ ଯାଇଥିଲେ । ଏବଂ ପରମେଶ୍ୱର ନାଏକଙ୍କୁ ଏସମ୍ପର୍କରେ କାହାକୁ ନ କହିବାକୁ ଧମକ ଦେଇ କହିଥିଲେ । ଯଦି କାହାରିକୁ କହିବ ତାହେଲେ ସେମାନେ ଯୁବରାଜ ନାଏକଙ୍କୁ ହତ୍ୟା କରିବେ । ଏହା ପରେ ଅଭିଯୋଗକାରୀ ପ୍ରତିମା ନାଏକଙ୍କ ବଡ଼ ଭାଇ ଦିଲୀପ ନାଏକ ମନୋଜ ସାହୁଙ୍କୁ ଏସମ୍ପର୍କରେ ଫୋନରେ ଜଣାଇବା ପରେ ମାଲିକ ମନୋଜ କହିଥିଲେ ଯେ ଯଦି ସେମାନେ ଦେଢ଼ ଲକ୍ଷ ଟଙ୍କା ଦିଅନ୍ତି ତେବେ ସେମାନେ ଯୁବରାଜ ନାଏକଙ୍କୁ ଛାଡିଦେବେ । ଅଭିଯୋଗ ଆଧାରରେ ତାରସିଂ ମାମଲା ରୁଜୁ କରିଥିଲା ପୋଲିସ । ଅଭିଯୁକ୍ତ ମନୋଜ କୁମାର ସାହୁ ଓରଫ ସୁନୀଲ (୩୬) ସ୍ୱୀକାର କରିଛନ୍ତି ଯେ, ସେ ପୀଡିତ ଯୁବରାଜ ନାୟକଙ୍କୁ ତାରାସିଂରୁ ଭୁବନେଶ୍ୱର ଅପହରଣ କରିବା ପାଇଁ ବାଇକ୍  ଓ  ମହିନ୍ଦ୍ରା ସ୍କୋର୍ପିଓ ବ୍ୟବହାର କରିଥିଲେ । ଗିରଫ ହୋଇଥିବା ବ୍ୟକ୍ତି ଅଭିଯୁକ୍ତ ମନୋଜ କୁମାର ସାହୁଙ୍କ ଠାରୁ ଗୋଟିଏ ପରିଚୟ ପତ୍ର, ଦୁଇଟି ମୋବାଇଲ୍ ଫୋନ୍ ଜବତ ହୋଇଥିବା ବେଳେ ଏଥିରେ ସମ୍ପୃକ୍ତ ଅନ୍ୟ ୨ଜଣଙ୍କ ବିଷୟରେ ସୂଚନା ଦେଇଛନ୍ତି । ପୀଡିତ ଯୁବରାଜ ନାଏକଙ୍କୁ ଆଜି ଭୁବନେଶ୍ୱରରୁ ଉଦ୍ଧାର କରାଯାଇଛି ବୋଲି ତାର ସିଂ ଥାନା ଅଧିକାରୀ ଶୁଭଲଷ୍ମୀ ପୂଜାରୀ କହିଛନ୍ତି। ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୨୮/୭/୨୦୨୫---୯,୫୫ Sakhigopal News,28/7/2025

Blog Archive

Popular Posts