ଟ୍ରେନ୍ ଧକ୍କାରେ ଟ୍ରାକ୍ଟର ଦୁଇଫାଳ , ଅଳ୍ପକେ ରକ୍ଷା ପାଇଲେ ଟ୍ରେନ ଯାତ୍ରୀ
ସାକ୍ଷୀଗୋପାଳ --- ସାକ୍ଷୀଗୋପାଳ --- ବୀର ପୁରୁଷୋତ୍ତମ ରେଳ ଷ୍ଟେସନ ମଧ୍ୟରେ ଅପରାହ୍ନରେ ଏକ ଟ୍ରାକ୍ଟର ବିଲ କାଦୁଅ କରି ଫେରୁଥିବା ସମୟରେ ଟ୍ରାକ୍ଟର ର ଡ୍ରାଇଭର ଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଏ ଦୁର୍ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକମାନେ କହନ୍ତି। ଅନ୍ୟ ପକ୍ଷରେ ଉକ୍ତ ସ୍ଥାନରେ ରେଳ ଫାଟକ ନ ଥିବାରୁ ଏହି ଦୁର୍ଘଟଣା ଘଟିଛି। ଟ୍ରାକ୍ଟର ଗାଡ଼ି ଡ୍ରାଇଭର ଟ୍ରେନ୍ ଆସୁଥିବା ଜାଣି ପାରିନଥିଲେ । ଯାହା ଫଳରେ କି ପୁରୀରୁ ଆସୁଥିବା ପୁରୀ --ପାଟାଣା ଟ୍ରେନଟି ଉକ୍ତ ଟ୍ରାକ୍ଟର କୁ ଧକ୍କା ଦେଇଥିଲା। ଯାହାଫଳରେ କି ଟ୍ରାକ୍ଟର ଟି ଦୁଇଖଣ୍ଡ ହୋଇଯାଇଛି। ମାତ୍ର ଟ୍ରେନ୍ ରେ ଥିବା ଯାତ୍ରୀମାନେ ସୁରକ୍ଷିତ ରହିଛନ୍ତି। ଖବର ପାଇ ରେଳବାଇ ପୋଲିସ୍ ଘଟଣାର ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗସ୍ତ ଟ୍ରାକ୍ଟର କୁ ଜବତ କରିବା ସହ ଏକ କେସରୁଜ କରି ତଦନ୍ତ ଜାରି ରଖିଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୮/୭/୨୦୨୫---୮,୪୫ Sakhigopal News,28/7/2025