ନିଷ୍ଠା ପରିବାର ତରଫ ରୁ ମାନସିକ ରୋଗଗ୍ରସ୍ତ ମହିଳା ଉଦ୍ଧାର , ଥଇଥାନ ପାଇଁ ଅଂଚଳବାସୀ ଙ୍କ ପ୍ରଶଂସା
ଦୀର୍ଘ ଦିନ ଧରି ଜଣେ ମହିଳା ଙ୍କ ମାନସିକ ସ୍ଥିତି ଠିକ ନ ଥିବା ରୁ ସେ ବରଗଡ଼ ର ଆଖପାଖ ଅଞ୍ଚଳରେ ବୁଲୁଥିଲେ। ମହିଳା ଙ୍କ ବୟସ ୩୮ବର୍ଷ ହେବ। ଶୁକ୍ରବାର ଦିନ ମାଲିପାଲି ନଦୀ ରେ ଭାସି ଯାଉଥିବା ବେଳେ ମାଲିପାଲି ଗ୍ରାମ ର ଯୁବକ ମାନେ ତାଙ୍କୁ ଉଦ୍ଧାର କରି ନିଷ୍ଠା ପରିବାର କୁ ଖବର ଦେଇ ଥିଲେ।ପରେ ସେ କେଉଁ ଆଡେ ଚାଲି ଯାଇଥିଲେ ଓ ପରେ ଗୋଶାଳା ଠାରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କ ବିଷୟ ରେ ବୁଝା ବୁଝି କରିବାରୁ ଜାଣିବାକୁ ପାଇଲୁ ଯେ ତାଙ୍କ ବିବାହ ୧୩ବର୍ଷ ପୂର୍ବେ ହୋଇଥିଲା । ତାଙ୍କ ର ଦୁଇଟି ଛୁଆ ମଧ୍ୟ ଅଛନ୍ତି। କିନ୍ତୁ ଦୁଃଖର ବିଷୟ ତାଙ୍କ ସ୍ବାମୀ ଙ୍କ ର ହୃଦରୋଗ ରେ ମୃତ୍ୟୁ ହୁଏ, ତା ପରେ ସେ ଦୁଃଖ ରେ ଭଙ୍ଗୀ ପଡ଼ନ୍ତି ଓ ମାନସିକ ସ୍ଥିତି ଠିକ ରହୁ ନାହିଁ।ସମ୍ବଲପୁର ର ପରିଚୟ ଅନୁଷ୍ଠାନ ର ବିପିନ ପଣ୍ଡା ଙ୍କ ସହ ଯୋଗାଯୋଗ କରି ସମ୍ବଲପୁର ବୈଜାମୁଣ୍ଡା ରେ ଥିବା ମିଶନ ଆଶ୍ରା ରେ ତାଙ୍କୁ ଥାଇଥାନ କରାଯାଇଛି। ଏହି ମହତ କାର୍ଯ୍ୟକ୍ରମ ରେ ପରିଚୟ ର ଅନିଲ ଦେହୁରୀ ଓ ନିଷ୍ଠା ପରିବାର ତରଫ ରୁ ଜୟ ପ୍ରଧାନ ଓ ବରୁଣ ଭାଇ ଉପସ୍ଥିତ ଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢ଼ୀ ଙ୍କ ରିପୋର୍ଟ,୨୮/୭/୨୦୨୭---୯,୪୫ Sakhigopal News,28/7/2025