>>
  • ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଆରୋଗ୍ୟ କାମନା କରି ସାକ୍ଷୀଗୋପିନାଥ ଦେବଙ୍କ ନିକଟରେ ଶହଶହ ଦୀପଦାନ
  • >>
  • ମିଲର ଧାନ ଉଠାଉନଥିବାରୁ ଚାଷୀ ଜିଲ୍ଲାପାଳ,ବିଡ଼ିଓ,ତହସିଲଦାର ,ଥାନାର ଦ୍ୱାରସ୍ଥ ହେଲେ
  • >>
  • ବାହାଡାପଦର ହାଇସ୍କୁଲରେ ଯୋଗ ଦିବସ ପାଳିତ
  • >>
  • ଆନ୍ତର୍ଜାତିକ ଯୋଗ ଦିବସ ପାଳନ
  • >>
  • ଭଞ୍ଜନଗରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ
  • >>
  • ପୌରପରିଷଦ ଏବଂ ପଞ୍ଚାୟତ ସମିତିର ମିଳିତ ସହଯୋଗରେ "ଆନ୍ତର୍ଜାତୀୟ ଯୋଗ ଦିବସ'ପାଳିତ
  • >>
  • ଆଇଆଇଟି ଭୁବନେଶ୍ବରରେ ଉତ୍ସାହ ସହିତ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
  • >>
  • ଜଟଣୀ ମହାବିଦ୍ୟାଳୟରେ ଯୋଗ ଶିବିର ଅନୁଷ୍ଠିତ
  • >>
  • ଶିଶୁ ମନ୍ଦିରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
  • >>
  • ଖୋର୍ଦ୍ଧା ରୋଡ ମଣ୍ଡଳ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ - ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ
  • >>
  • ସତ୍ୟବାଦୀରେ ଆନ୍ତର୍ଜାତୀୟ ଯୋଗଦିବସ ପାଳିତ ; ସୁସ୍ଥ ରହିବା ପାଇଁ ଯୋଗ କରିବାକୁ ଆହ୍ୱନ
  • >>
  • ଚକରା ବିଷୋୟୀଙ୍କ ଜନ୍ମସ୍ଥାନ ବିଞ୍ଜିଗିରିକୁ ଐତିହ୍ୟ ଗାଁର ମାନ୍ୟତା ମିଳିଲା
  • >>
  • ବର୍ଷ ଏକ ବିଶ୍ୱାସ ଘାତକ ଅନେକ ଲେଖିବା ପାଇଁ ଦାବୀ କଲେ ବ୍ଳକ ଅଧ୍ୟକ୍ଷ ; ବିଧାୟକଙ୍କ କଥାରେ ଚାଲିଛି ସତ୍ୟବାଦୀ ବ୍ଳକ
  • >>
  • ପଟ୍ଟା, ରାଶନ କାର୍ଡ ଓ ଅନ୍ତ୍ୟୋଦୟ ଆବାସ ଯୋଜନା ଗୃହର କାର୍ଯ୍ୟଦେଶ ବଣ୍ଟନ
  • >>
  • ପ୍ରଗତିଶୀଳ ଗଣତାନ୍ତ୍ରିକ ସାମ୍ମୁଖ୍ୟ, ଭଞ୍ଜନଗର, ଗଞ୍ଜାମ ତରଫରୁ ପାଲେଷ୍ଟାଇନ ସଂହତି ଦିବସ ପାଳନ
  • ବିଦ୍ୟାଳୟ ଛାତରୁ ସିମେଣ୍ଟ ଖଣ୍ଡ ଖସିପଡି କ୍ଳକ ଗୁରୁତର, ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ ଏବେ ଭୟଭୀତ



    ସାକ୍ଷୀଗୋପାଳ---  ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଲାଇବ୍ରେରୀ ତଥା ଅଫିସ କାର୍ଯ୍ୟାଳୟର ଛାତରୁ ସିମେଣ୍ଟ ( ଅତଡା) ଖଣ୍ଡ ଖସିପଡିବାରୁ ବିଦ୍ୟାଳୟର କାର୍ଯ୍ୟରତ କ୍ଳକ ସୁମନ୍ତ କୁମାର ଷଡଙ୍ଗୀ ଗୁରୁତର ଭାବେ ଆହତ ହୋଇ ପଡିଛନ୍ତି । ସକାଳ ୧୦ଟା ସମୟରେ ନିଜ ସିଟରେ ବସି ଶ୍ରୀ ଷଡଙ୍ଗି କେତେକ କାମ କରୁଥିବା ସମୟରେ ହଠାତ ମଡମଡ ଶଦ୍ଧ କରି ଛାତରୁ ଏକ ସିମେଣ୍ଟଅତଡା ତାଙ୍କ ଉପରେ ଖସିପଡିଥିଲା । ଯାହା ଫଳରେକି ତାଙ୍କର ମୁଣ୍ଡ ଓ ହାତ ଖଣ୍ଡିଆ ଖାବେରା ହୋଇଯାଇଛି । ସେ ବସିଥବା କାଠ ଚେୟାର ଭାଙ୍ଗିଯିବା ସହ ପ୍ଳାଷ୍ଟିକ ଚେୟାର ମଧ୍ୟ ଭାଙ୍ଗି ଯାଇଛି । ମାତ୍ର ଉକ୍ତ ଘରେ ଥିବା ଅନ୍ୟ କର୍ମଚାରୀ ମାନେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ।  ତୁରନ୍ତ କ୍ଳକ ଶ୍ରୀ ଷଡଙ୍ଗୀଙ୍କୁ   ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକଙ୍କ ସହିତ ଅନ୍ୟ ଶିକ୍ଷକ ମାନେସାକ୍ଷୀଗୋପାଡ ଡାକ୍ତର ଖାନାକୁ  ପ୍ରାଥମିକ ଚିକିତ୍ସା ପାଇଁ ନେଇଥିଲେ  । ମାତ୍ର ଏହି ବିଦ୍ୟାଳୟଟି ୧୨ା୮ା୧୯୦୯ମସିହାରେ ସ୍ଥାପିତ ହୋଇଥିଲା । ତାର କିଛି ବର୍ଷ ପରେ ଏହି ଛାତ ଘର ତିଆରି ହୋଇଥିବା ଅନୁମାନ କରାଯାଏ । ମାତ୍ର ସତ୍ୟବାଦୀ ଅଞ୍ଚଳରେ ଏହି ବିଦ୍ୟାଳୟଟି ବହୁ ପରାତନ ବିଦ୍ୟାଳୟ ଭାବେ ବେଶ ପୁରୀ ଜିଲ୍ଲାରେ ଜଣାଶୁଣା । ଏହି ବିଦ୍ୟାଳୟଟି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା । ଏବେ ଏହି ବିଦ୍ୟାଳୟଟି ବିପଦପୂର୍ଣ୍ଣ ଭାବେ ରହିଛି ବୋଲି ପୂର୍ବତନ ପ୍ରଧାନଶିକ୍ଷୟତ୍ରୀ ତଥା ବ୍ଳକ ଶିକ୍ଷା ଅଧିକାରୀ ଭବମ ପ୍ରଧାନ କହନ୍ତି ।  ଏହି ଖବର ପାଇଁ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ବିଡିଓ ଲୋଚନ ଦାସ , ଜିପିଓ ସୌଭାଗ୍ୟ ରଞ୍ଜନ କର, ଜୟପୁର ସରପଞ୍ଚଙ୍କ ପ୍ରତିନିଧି ଦେବଦତ୍ତ ସାମନ୍ତରାୟ, ସମିତିସଭ୍ୟ ଦୀପକ ଶତପଥୀ ଙ୍କ ସହିତ ପୁରାତନ ଛାତ୍ରମାନେ ସେଠାରେ ପହଞ୍ଚିଥିଲେ । ବିଦ୍ୟାଳୟରୁ ଖସିଥବା ଛାତଅତଡା ଦେଖିବା ସହିତ ବିଭିନ୍ନ ଘରର ଅବସ୍ଥା ବୁଲିକି ଦେଖିଥଲେ । ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ପଟ୍ଟନାୟକଙ୍କ ପତ୍ର ଅନୁଯାୟୀ  ବ୍ଳକ ଅଧ୍ୟକ୍ଷ ଓ ବିଡିଓ ତୁରନ୍ତ ବିଭାଗୀୟ ଅଧିକାରୀଙ୍କ ସହିତ ଆରଡି ବିଭାଗକୁ ଘରର ଅବସ୍ଥା କିପରି ଅଛି ଜଣାଇବାସହ ତୁରନ୍ତ ପଦକ୍ଷେପ ନେବାକୁ ଚିଠି କରାଯିବ ବୋଲବ୍ୱ୍‌କ ଅଧ୍ୟକ୍ଷ ଶ୍ରୀ ପଣ୍ଡା କହିଛନ୍ତି । ଅନ୍ୟ ପକ୍ଷେ ସତ୍ୟବାଦୀ ବ୍ଳକ ବିଡିଓ କହିଛନ୍ତି ଯେହେତୁ ଉକ୍ତ ବିଦ୍ୟାଳୟର ଐତିହ୍ୟ ସମ୍ପନ୍ନ ବିଦ୍ୟାଳୟ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । 
    ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୪/୩/୨୦୨୩----୯,୪୫ Sakhigopal News,4/3/2023

    Blog Archive

    Popular Posts