Breaking News

ମାନସିକ ଚାପରେ ଅଙ୍ଗନବାଡ଼ି କର୍ମୀ, ଏବେ ନିଖୋଜ




ନୟାଗଡ଼---  ନୟାଗଡ ଜିଲାର ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ଗଡ଼ିଆସାହି ପଞ୍ଚାୟତର ରାକେସିଆ ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ଜୟନ୍ତୀ ରାଉତ ।18ତାରିଖ ଭୋର ଚାରିଟା ବେଳେ ମାନସିକ ଚାପରେ ଘର ଛାଡ଼ି କେଉଁ ଆଡେ ପଳାଇ ଯାଇଛନ୍ତି।ପରିବାର ଲୋକେ ବହୁ ଖୋଜା ଖୋଜି କରି ମଧ୍ୟ ତାଙ୍କର କୌଣସି ଖୋଜ ଖବର ପାଉ ନାହାଁନ୍ତି। ତାଙ୍କର ପୂର୍ବରୁ, ଘରୁ ଚୋରି, ସ୍ୱାମୀଙ୍କ ଦେହ ଅସୁସ୍ଥ, ଦୋକାନ ରୁ ଚୋରି ଏହିଭଳି ହୋଇଥିବାରୁ ସେ ମାନସିକ ଚାପରେ ରହିଥିଲେ । ତାଙ୍କ ନିଜ ଗାଁ, ସରପୋଖରୀ ବୋଲି ଜଣାପଡିଛି।ଭୋର4ଟାରେ ଘରୁ କେଉଁ ଆଡେ ପଳାଇ ଯାଇଛନ୍ତି। ପରିବାର ଲୋକେ ବହୁ ଖୋଜାଖୋଜି କରି ପାଉନାହାନ୍ତି।ଏଭଳି ଦୁଃଖଦ ଖବର ପାଇ ଖଣ୍ଡପଡ଼ା ଅଙ୍ଗନବାଡ଼ି ସଂଘର ସଭାନେତ୍ରୀ ସବିତାଦାସ ଏବଂ ସମ୍ପାଦିକା ସୁକାନ୍ତି କୋଥାଲ ଏବଂ ସଂଘର ସମସ୍ଥ କର୍ମୀ ଦୁଃଖ ପ୍ରକାଶ କରିଛନ୍ତି। ଯଦି କୌଣସି ସହୁର୍ଦ୍ୱୟବ୍ୟକ୍ତି ତାଙ୍କର ସନ୍ଧାନ ପାଆନ୍ତି ତାହେଲେତାଙ୍କ ଘରନମ୍ବର  9514045943କିମ୍ବା ସଂଘର ସଭାପତି ସବିତା ଦାସ ଙ୍କ 8917316171 ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୮/୩/୨୦୨୩---୮,୫୦ Sakhigopal News,18/3/2023

Popular Posts