ନିଲେଇ ପାଲି ରେ ୪୦ପ୍ରହର ନାମଯଜ୍ଞ ଆରମ୍ଭ,୨୮ରେ ପୂର୍ଣ୍ଣାହୁତି
ବରଗଡ଼ ---ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ନିଲେଇ ପାଳି ଗ୍ରାମରେ ୪୦ପ୍ରହର ନମଯଜ୍ଞ ଆରମ୍ଭ ହୋଇ ଯାଇଛି। ପ୍ରତି ବର୍ଷ ଭଳି ଚଳିତ ବର୍ଷ ଦାୟୀତ୍ୱରେ ରହିଥିବା କର୍ତ୍ତା ଙ୍କ ବାସ ଭବନରୁ ରାଧାକୃଷ୍ଣ ଙ୍କୁ ବରଣ କରାଯାଇଥିଲା । ୪୦ପ୍ରହରୀ ନାମଯଜ୍ଞ ପାଇଁ ଗାଁ ଉପର କଟା ତୁଠରେ ପୂଜାର୍ଚ୍ଚନା ପୂର୍ବକ ଏକ ବିଶାଳ ଶୋଭାଯାତ୍ରା ବାହାରି ଥିଲା। ଘଣ୍ଟ,ଶଙ୍ଖ,ହୁଳହୁଳି ନାଦରେ ସପତ୍ନିକ କର୍ତ୍ତା ଓ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନଙ୍କ ଦ୍ୱାରା ମାନସିକ କଳସ ଯଜ୍ଞ ମଣ୍ଡପ ରେ ସ୍ଥାପନ କରାଯାଇଥିଲା। ବ୍ରହ୍ମାବରଣ ହୋଇଥିବା ସୁବିଜ୍ଞ ପଣ୍ଡିତ ପ୍ରହଲ୍ଲାଦ ଶତପଥୀ ଏବଂ ବିମଲ ପଣ୍ଡା ଆସନ୍ତା ୨୮ ତାରିଖରେ ଅନୁଷ୍ଠିତ ପୂର୍ଣ୍ଣାହୁତି ପର୍ଯ୍ୟନ୍ତ ପୂଜା କାର୍ଯ୍ୟ ତୁଲାଇବେ । କର୍ତ୍ତା କର୍ତ୍ତି ଦାୟିତ୍ଵରେ ଚିତ୍ତରଞ୍ଜନ ଶତପଥି ଓ ରିତା ଶତପଥି ରହିଛନ୍ତି। ଆଖପାଖର ସଂକୀର୍ତ୍ତନ ଦଳ ଯୋଗ ଦେଇ ହରି ନାମ ଭଜନ କୀର୍ତ୍ତନ କରିଥିଲେ। ସ୍ଥାନୀୟ ତଥା ଦୂର ଦୁରାନ୍ତରୁ ବହୁ ସଂକୀର୍ତ୍ତନ ଦଳ ଗୁଡ଼ିକ ନିମନ୍ତ୍ରିତ ହୋଇଥିବା ବେଳେ ପ୍ରତ୍ୟହ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପାଇଁ ଅନ୍ନ ପ୍ରସାଦ ର ବ୍ୟବସ୍ଥା ରହିଛି। ପୂର୍ଣ୍ଣାହୁତି ଦିନ ରେଙ୍ଗାଲି,ଆ.କଟା ପାଲି,ହାଲୁ ପାଲି ଓବାଉସେନ ପାଲି ସଂକୀର୍ତ୍ତନ ମଣ୍ଡଳୀ ନିମନ୍ତ୍ରିତ ହୋଇଛନ୍ତି।ଏହି ଅବସରରେ ଗ୍ରାମ ର ଯୁବ ପୀଢ଼ି ତଥା ଆବାଳବୃଦ୍ଧ ବନିତା ସମସ୍ତଙ୍କ ସକ୍ରିୟ ସହଯୋଗ ରହିଛି।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୪/୩/୨୦୨୩----୮,୧୦ Sakhigopal News,24/3/2023