Breaking News

ସାଗର ସ୍ନାନ ଯାତ୍ରା ପାଇଁ ସତ୍ୟବାଦୀ ବ୍ଲକ ପ୍ରଶାସନ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ



   
   ସାକ୍ଷୀଗୋପାଳ ----1  ବାରୁଣୀ ବୁଡ଼ ତଥା ସାଗର ସ୍ନାନ ଯାତ୍ରା ପାଇଁ ସତ୍ୟବାଦୀ ବ୍ଲକ ପ୍ରଶାସନ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପୁଣ୍ଯତୋୟା ଭାର୍ଗବୀ ନଦୀର ଭ୍ରୁଗୁଘାଟରେ  ରବିବାର ଦିନ   ବାରୁଣୀ ସ୍ନାନ ବା ସାଗର ସ୍ନାନ ଯାତ୍ରା ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଭାର୍ଗବୀ ନଦୀର ବଳପୁର ଓ ସୁଆଣ୍ଡୋ  ଭ୍ରୁଗୁଘାଟର ଉଭୟ ପାର୍ଶ୍ୱରେ ଛାମୁଣ୍ଡିଆ କରାଯାଇଛି   ।  ତୀର୍ଥ ମଣ୍ଡପ ଚୁନ ଧଉଳା ଯାଇଛି  । ବଳପୁର ନଦୀ ଘାଟରେ ଜନସାଧାରଣ ବୁଡ଼ ପକାଇ ବେ ଏଥିଯୋଗୁଁ ସତ୍ଯବାଦୀ ବ୍ଳକ ପ୍ରଶାସନ ପକ୍ଷରୁ ବାରିକେଟ କରାଯାଉଛି  । ବରାଳ ବାଲୁଙ୍କେଶ୍ୱର, ବଳପୁର ବାଲୁଙ୍କେଶ୍ୱର ନଦୀର ଗୋଟିଏ ପାର୍ଶ୍ୱରେ ଓ ସୁଆଣ୍ଡୋ ଲୋକେଶ୍ୱର ଓ ବିଦ୍ଯାଧରପୁର କୁଣ୍ଡଳେଶ୍ୱର ମହାଦେବ ନଦୀର ଅନ୍ୟ ପାର୍ଶ୍ୱରେ ତଥା ତୀର୍ଥସ୍ଥଳୀରେ ପହଞ୍ଚିଲା ପରେ ଚତୁଶମ୍ଭୁଙ୍କ ମିଳିତ ସ୍ନାନ, ତୀର୍ଥ ଭୋଗ ଓ ଆଳତୀ କରାଯିବ  । ଏହାପରେ ଶ୍ରଦ୍ଧାଳୁମାନେ ନଦୀର ଉଭୟ ପାର୍ଶ୍ଵରେ ସ୍ନାନ କରିବେ ତଥା ବୁଡ଼ ପକାଇଥାନ୍ତି  ।  ଯାତ୍ରା କୁ ସରସ ସୁନ୍ଦର କରିବା ପାଇଁ ବରାଳ ବାଲୁଙ୍କେଶ୍ୱର ଟ୍ରଷ୍ଟ ବୋର୍ଡ କାର୍ଯନିର୍ବାହୀ ଅଧିକାରୀ  , ବଳପୁର ବାଲୁଙ୍କେଶ୍ୱର ମନ୍ଦିର ଟ୍ରଷ୍ଟ ବୋର୍ଡ ପରିଚାଳନା ନ୍ଯାସୀ, ସୁଆଣ୍ଡୋ ଲୋକେଶ୍ୱର  ପରିଚାଳନା କମିଟି ସଭାପତି  ଓ ବିଦ୍ଯାଧରପୁର କୁଣ୍ଡଳେଶ୍ୱର ମହାଦେବ ଙ୍କ ପରିଚାଳନା କର୍ମକର୍ତ୍ତା ଗଣ , ସତ୍ଯବାଦୀ ଥାନା ଆଇଆଇସି, ତହସିଲ ଦାର,ବିଡିଓ  ପ୍ରମୁଖଙ୍କ ଉପସ୍ଥିତି ରେ  ବରାଳ ସ୍ଥିତ ଠାକୁର ଙ୍କ ମଣ୍ଡପରେ  ଏକ ସମନ୍ୱିତ ବୈଠକ ବୈଠକ ଅନୁଷ୍ଠିତ ହୋଇଥିଲା  । ବୈଠକରେ ନିଷ୍ପତ୍ତି ଅନୁସାରେ ଠାକୁରଙ୍କ ସମସ୍ତ ନୀତିକାନ୍ତି ସଠିକ ସମୟରେ କରାଯିବ ଓ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରଶାସନ ଓ ଗ୍ରାମବାସୀ ମାନଙ୍କ ସହଯୋଗ କରିବା ପାଇଁ ବଳପୁର ବାଲୁଙ୍କେଶ୍ୱର ମନ୍ଦିର ଟ୍ରଷ୍ଟ ବୋର୍ଡର ନ୍ଯାସି ନିରଞ୍ଜନ ମହାପାତ୍ର ଜଣାଇଛନ୍ତି ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୭/୩/୨୦୨୩----୭,୪୫ Sakhigopal News,17/3/2023

Blog Archive

Popular Posts