ସାକ୍ଷୀଗୋପାଳ କଲେଜର ବଡବାବୁଙ୍କ ଅବସର କାଳୀନ ସମ୍ମର୍ଦ୍ଧନା ସଭା
ସାକ୍ଷୀଗୋପାଳ---- ସାକ୍ଷୀଗୋପାଳର ଉତ୍କଳମଣି ଗୋପବନ୍ଧୁସ୍ମୃତି ମହାବିଦ୍ୟାଳୟର ବଡବାବୁ ରାଜ କିଶୋର ପତି ସରକାରୀ ଚାକିରିରୁ ଅବସର ପ୍ରହଣ କରିଛନ୍ତି । ଏହି ଅବସରରେ ସାକ୍ଷୀଗୋପାଳ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ସଭାଗୃହ ପରିସରରେ ଏକ ସମ୍ମର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଡ. ପ୍ରଭାତ କୁମାର ମିଶ୍ର ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ଶିବ ସୁନ୍ଦର ମିଶ୍ର, ପୂର୍ବତନ ପ୍ରଧ୍ାପକ ଡ. ରବିନ୍ଦ୍ର ରଥ, ପ୍ରଧ୍ୟାପିକା ସୁଜତା ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ମହାବିଦ୍ୟାଳୟର ସ୍ମରଣିକା ପୁସ୍ତକ ବକୁଳିକା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଥିଲା । ମହାବିଦ୍ୟାଳୟର ବଡବାବୁ ରାଜ କିଶୋର ପତି ଏହି ମହାବିଦ୍ୟାଳୟରେ ଜୁନିୟର କ୍ଳକ ଭାବେ ଯୋଗଦେଇ ୩୯ ବର୍ଷ ଏହି ମହାବିଦ୍ୟାଳୟରେ କାର୍ଯ୍ୟକରି ଶେଷରେ ବଡବାବୁ ତଥା ହେଡକ୍ଳକରେ ଅବସର ଗ୍ରହଣ କରିଛନ୍ତି । ତାଙ୍କର ଏହି ୩୯ ବର୍ଷ ଚାକିରୀ କାଳ ମଧ୍ୟରେ ଏହି ମହାବିଦ୍ୟାଳୟରୁ ଅଧ୍ୟକ୍ଷ, ଅଧ୍ୟାପ୍ରକ, ଅଧ୍ୟାପିକାଙ୍କ ସହିତ ବିଭିନ୍ନ କର୍ମଚାରୀ ମାନେ ଅବସର ନେଇଛନ୍ତି । ଅନୁଷ୍ଠିତ ସମ୍ମର୍ଦ୍ଧନା ସଭାରେ ଅବସର ନେଇଥିବା ଅଧ୍ୟକ୍ଷ ରବି ନାରାୟଣ ରଥ, ରତିକାନ୍ତ ପରିଡା, ଶିବ ସୁନ୍ଦର ତ୍ରିପାଠୀ, ରାଜେନ୍ଦ୍ର କୁମାର ଚକ୍ର,ନିହାର ରଞ୍ଜନ ଦାଶଙ୍କ ସହିତ ପୂର୍ବତନ ଅଧ୍ୟାପକ, ଅଧ୍ୟପିକା ଡ. ଅଭିମନ୍ୟୁ ବରାଳ, ନରେନ୍ଦ୍ର ନାଥ ବେହେରା, ସୁବାସ କୁମାର ସ୍ୱାଇଁ, ଅଜୟ କୁମାର ସ୍ୱାଇଁ, ବାସନ୍ତୀ ମିଶ୍ର, ନଲିନ ଲୋଚନ ଦାସ, ସଂଜୁକ୍ତା ଦାଶ, କାତ୍ତିକ ଚନ୍ଦ୍ର ଦାଶ, ଶରତ ଚନ୍ଦ୍ର ପ୍ରଧାନ, ଭୀମସେନ କର ଓ ପ୍ରତାପକୁମାର ମିଶ୍ର ପ୍ରମୁଖ ଯୋଗଦେଇ ବଡବାବୁ ତଥା ଅବସର ଗ୍ରହଣ କରୁଥବା ରାଜ କିଶୋର ପତିଙ୍କ ଗୁଣଗାନ କରିବା ସହ ସେମାନଙ୍କା ଅନୁଭିତି ବଖାଣିଥିଲେ । ଯେପରି ମଣିଷ ଜନ୍ମ ନେଇଛି ମାନେ ନିଶ୍ଚୟ ଦିନେ ନା ଦିନେ ମୃତ୍ୟୁ ହେବ ଏହା ସତ୍ୟ ଠିକ ସେହିପରି ଚାକିରି କରିଛି ମାନେ ଅବସର ଗ୍ରହଣ କରିବାକୁ ପଡିବ ଏଥିରେ ତିଳେ ମାତ୍ର ଭୁଲ ନାହିଁ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ଏପରିକି ବଡବାବୁ ଶ୍ରୀ ପତିଙ୍କ ଅବସର କାଳିନ ସମ୍ମର୍ଦ୍ଧନା ସଭାକୁ କେତେକ ଅତିଥି ମାନେ ଏହକୁ ଏକ ସ୍ୱତନ୍ତ୍ର ବନ୍ଦୁ ମିଳନ ବୋଲି କହିଥିଲେ । ଅବସର ଗ୍ରହଣ କରିବା ପରେ ବାକି ଦିନତକ ତାଙ୍କର ଜୀବନ ସୁଖମୟ ହେଉ ବୋଲି ଉପସ୍ଥିତ ଥିବା ଅତିଥି ଓ ମହାବିଦ୍ୟାଳୟର ଅଧ୍ୟକ୍ଷ , ଅଧ୍ୟାପିକା , ଅଧ୍ୟପକଙ୍କ ସହିତ ବିଭିନ୍ନ ବିଭାଗର କର୍ମଚାରୀ ମାନେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରର୍ଥନା କରିଥିଲେ । ମହାବିଦ୍ୟାଳୟ, ଛାତ୍ରଛାତ୍ରୀ, ର୍କମଚାରୀ ଓ ଅତିଥି ମାନଙ୍କ ତରଫରୁ ଅବସର ଗ୍ରହଣ କରିଥିବାମହାବିଦ୍ୟାଳୟର ବଡବାବୁଙ୍କୁ ଉତ୍ତରୀୟ, ମାନପତ୍ର, ଫୁଲତେଡା, ତୈଳଫଟୋଚିତ୍ର ଆଦି ଦେଇ ସମ୍ମର୍ଦ୍ଧନା କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୩/୨୦୨୩----୭,୧୦
Sakhigopal News,31/3/2023