Breaking News

ସଂକ୍ରିଡା ପ୍ରାଥମିକ କୃଷି ସମବାୟ ସମିତି ଲି, ର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ



 ବରଗଡ଼---  ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପ୍ରାଥମିକ କୃଷି ସମବାୟ ସମିତି ଲି ବାର୍ଷିକ ସାଧାରଣ ସଭା ଅରଯୁଂଡା ଶାଖା ଗୋଦାମ ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ସଂକ୍ରିଡା କୃଷି ସମବାୟ ସମିତି ର ସଭାପତି ସୁବ୍ରତ ଚାନ୍ଦ ଅନୁଷ୍ଠିତ    ସଭାରେ  ସଭାପତିତ୍ବ କରିଥିଲେ।  ମୁଖ୍ଯ ଅତିଥି ଭାବେ ସମ୍ବଲପୁର ଜିଲ୍ଲା ସମବାୟ କେନ୍ଦ୍ର ବ୍ଯାଙ୍କ ର ସଭାପତି ନରେନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଭେଡେନ ୨ ର ଜିଲ୍ଲା ପରିଷଦ ସଭ୍ୟ ସତ୍ୟଜିତ ପୁରୋହିତ, ଭେଡେନ ବ୍ଯାଙ୍କ ର ଶାଖା ପରିଚାଳକ ରୋହିତ କୁମାର ମେହେର ଯୋଗ ଦେଇଥିଲେ।  ଅତିଥି ମାନେ କୃଷି ଓ କୃଷକଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ଵ ଆରୋପ କରିଥିଲେ। ସଭାରେ ନବୀନ ପଟ୍ଟନାୟକଙ୍କ ଭିଡିଓ ବାର୍ତ୍ତା ମାଧ୍ୟମରେ ଚାଷୀମାନଙ୍କୁ ଏକଲକ୍ଷ ପର୍ଯ୍ୟନ୍ତ ସୁଧମୁକ୍ତ ରୁଣ ନେଇ  ଉପଯୁକ୍ତ ସମୟରେ ଚାଷୀ ମାନେ ରୁଣ ପରିଶୋଧ କରି ସରକାରଙ୍କ ରିହାତି ଯୋଜନାର ସୁବିଧା ନେବାକୁ   ଓ  କୃଷି ଓ କୃଷକଙ୍କ ସାମଗ୍ରିକ ବିକାଶ ଉପରେ ଅତିଥି ମାନେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ।ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ସଭାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବହୁ ସଂଖ୍ୟାରେ ଚାଷୀମାନେ ଯୋଗ ଦେଇଥିଲେ। ସଂକ୍ରିଡା ପ୍ରାଥମିକ କୃଷି ସମବାୟ ସମିତି ଲି ଉପଦେଷ୍ଟା ସଚିବ ପୁରୋହିତ, ସାନିପାନୀ ରାମକୃଷ୍ଣ, ସଚ୍ଚିଦାନନ୍ଦ ମାଝୀ, କହ୍ନେଇ ସାହୁ, ଧର୍ମରାଜ ଭୋଇ, ରବିନାରାୟଣ ଦୀପ, ଡାକ୍ତର ବଗର୍ତ୍ତୀ ଉପସ୍ଥିତ ଥିଲେ।ଏହି ସଭାରେ ସଂକ୍ରିଡା ସମିତିସଭ୍ଯ ଚାଷୀଗିରି ନଈ, ଅରଯୁଂଡା ସରପଞ୍ଚ ଖଇରୀ ଦୀପ, ଡାଳବ ସରପଞ୍ଚ ରାଧେଶ୍ୟାମ ପୋଢ, ଦେଶଭଟଲି ସରପଞ୍ଚ ତୋଷବନତ ସାହୁ ଓ ବହୁ ସଂଖ୍ୟାରେ ଚାଷୀ ମାନେ ଉପସ୍ଥିତ ରହି ଥିଲେ। ସମିତି ର ସମ୍ପାଦକ ସୁବାଷ ପୁରୋହିତ ସମେତ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସଭା ପରିଚାଳନା ରେ ସହଯୋଗ କରିଥିଲେ। ପରିଶେଷରେ ଅଶୋକ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩୦/୩/୨୦୨୩---୭,୧୦ Sakhigopal News,30/3/2023

Popular Posts